ଅଯୋଧ୍ୟାରେ ଜଳିବ ୧୭ ଲକ୍ଷ ଦୀପ: ଗୁରୁ ବଶିଷ୍ଠ ଭୂମିକାରେ ପ୍ରଧାନମନ୍ତ୍ରୀ କରିବେ ଶ୍ରୀରାମଙ୍କ ରାଜ୍ୟାଭିଷେକ

ନୂଆଦିଲ୍ଳୀ : ଅଯୋଧ୍ୟାରେ ସୃଷ୍ଟି ହେବ ନୂଆ ରେକର୍ଡ । ଏକା ସଙ୍ଗେ ଜଳିବ ୧୭ ଲକ୍ଷ ଦୀପ । ଷଷ୍ଠ ତମ ଦୀପୋତ୍ସବରରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ ଗୁରୁ ବଶିଷ୍ଠଙ୍କ ଭୂମିକାରେ ଭଗବାନ ଶ୍ରୀ ରାମଙ୍କ ପ୍ରତୀକାତ୍ମକ ରାଜ୍ୟଭିଷେକ କରିବେ।

ଅପରାହ୍ନ ପ୍ରାୟ ୫.୩୦ରେ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀ ରାମଲାଲା ବିରାଜମାନଙ୍କ ଦର୍ଶନ ସହ ପୂଜା କରିବେ। ଏହା ପରେ ଶ୍ରୀ ରାମଙ୍କ ଜନ୍ମ ଭୂମି ତୀର୍ଥସ୍ଥାନ ଯାଞ୍ଚ କରିବେ। ଡକ୍ଟର ରାମ ମନୋହର ଲୋହିଆ ଅଭଦ ବିଶ୍ୱବିଦ୍ୟାଳୟର ୨୨ହଜାର ସ୍ବେଚ୍ଛାସେବୀ ରାମ କି ପେଡି ଏବଂ ଅନ୍ୟାନ୍ୟ ଘାଟ ଉପରେ ୧୭ ଲକ୍ଷ ଦୀପ ଲଗାଇବାର ଲକ୍ଷ୍ୟ ପୂରଣ କରିଛନ୍ତି। ଅଯୋଧ୍ୟାରେ ପିଏମ ମୋଦୀଙ୍କ ଆଗମନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ମା ସରୟୁଙ୍କ ପୂଜା ଅର୍ଚ୍ଚନା କରି ଆଠ ବେଦୀରୁ ବୈଦିକ ବ୍ରାହ୍ମଣ ସରୟୁର ପୂଜା କରିବେ। ଏଥିରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ସିଏମ୍ ଯୋଗୀ ଏକାଠି ରହିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ୟୁପି ପର୍ଯ୍ୟଟନ ମନ୍ତ୍ରୀ ଜୟଭୀର ସିଂ କହିଛନ୍ତି ଯେ ଏଠାରେ ତାଙ୍କର ଅଢେଇ ଘଣ୍ଟାର କ୍ରାର୍ଯ୍ୟକ୍ରମ ସ୍ତିର ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମହର୍ଷି ବରିଷ୍ଠର ଭୂମିକାରେ ଭଗବାନ ରାମଙ୍କ ରାଜ୍ୟଭିଷେକ ପାଇଁ ପ୍ରଥମ ତିଲକ କରିବେ । କୁଳପତି ପ୍ରଫେସର ଅଖିଳେଶ କୁମାର ସିଂଙ୍କ ନିର୍ଦ୍ଦେଶନାରେ ଦୀପୋତ୍ସବର ନୋଡାଲ ଅଧିକାରୀ ପ୍ରଫେସର ଅଜୟ ପ୍ରତାପ ସିଂଙ୍କ ନେତୃତ୍ୱରେ ୨୦୦ ରୁ ଅଧିକ ସଂଯୋଜକ, ଗୋଷ୍ଠୀ ନେତା ତଥା ଇନ୍-ଚାର୍ଜ ୩୭ ଘାଟରେ ଦୀପୋତ୍ସବକୁ ଗ୍ରାଣ୍ଡ କରିବାକୁ ପ୍ରସ୍ତୁତ ଅଛନ୍ତି।

ଏହା ହେଉଛି ପିଏମ ମୋଦୀଙ୍କ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ଟାରେ ସାକେତ ମହାବିଦ୍ୟାଳୟରେ ନିର୍ମିତ ହେଲିପ୍ୟାଡ୍‌ର ଚପର ଓହ୍ଲାଇବେ। ରାମଲାଲାଙ୍କ ଦର୍ଶନ-ପୂଜାପାଠ କରିବା ପାଇଁ ରାମ ଜନ୍ମ ଭୂମିରେ ଯିବେ । ଡିଏମ ନୀତୀଶ କୁମାର କହିଛନ୍ତି ଯେ ଦୀପାବଳିରେ ଲେଜର ସୋ ମୁଖ୍ୟ ଆକର୍ଷଣ ହେବ। ଏହାର ମୁଖ୍ୟ ଶୋ’ରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ। ଏହା ପରେ ରାତି ୯ଟାରୁ ରାତି ୧ଟା ପର୍ଯ୍ୟନ୍ତ ୨୫-୨୫ ମିନିଟର ଏକ ଶୋ ସମସ୍ତ ଭକ୍ତଙ୍କ ପାଇଁ ହେବ ।

ଅପରାହ୍ନ ୫.୦୫ରେ, ରାମ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଦେଖିବା ପରେ ସେ ପୂଜା କରିବେ।

ଅପରାହ୍ନ ୫.୪୦ ରେ ରାମକଥା ପାର୍କରେ ଭଗବାନ ଶ୍ରୀ ରାମଙ୍କ ରାଜ୍ୟାଭିଷେକରେ ସାମିଲ୍‌ ହେବେ।

ସନ୍ଧ୍ୟା ୬.୨୫ରେ, ମା ସରୟୁଙ୍କ ଆରତୀରେ ପହଞ୍ଚିବେ।

ସନ୍ଧ୍ୟା ୬.୪୦ରେ ଏକ ସ୍ୱତନ୍ତ୍ର ଦୀପ ଜାଳି ରାମ କି ପେଡିରେ ଆୟୋଜିତ ଦୀପୋତ୍ସବ ଆରମ୍ଭ କରିବେ।

Related Posts