ଆଠଗଡ଼ ଭିରୁଡାରେ ୨ ଭାଇଙ୍କୁ ଟ୍ରକ ମଡ଼ାଇ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଗିରଫ

ଆଠଗଡ଼ : ତିଗିରିଆ ଥାନା ଭିରୁଡାରେ ହୋଇଥିବା ଡବଲ୍ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତର ପରିଚୟ ଜିତେନ୍ଦ୍ର ମଲ୍ଲିକ। ତାକୁ କାନପୁର ପୋଲିସ୍ ଗିରଫ କରିଛି। କାନପୁରର ଏକ କୁକୁଡ଼ା ଫାର୍ମରେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଲୁଚି ରହିଥିବା ଜଣା ପଡ଼ିଥିଲା। ପୋଲିସ ବିଶେଷ ସୂତ୍ରରୁ ଏହି ଖବର ପାଇ କାନପୁର ପୋଲିସର ଗୋଟିଏ ସ୍ଵତନ୍ତ୍ର ଦଳ ଜଙ୍ଗଲରେ ଥିବା କୁକୁଡ଼ା ଫାର୍ମ ଉପରେ ଚଢ଼ଉ କରିଥିଲା। ଏହି ଚଢ଼ଉ କରି ଟ୍ରକ୍‌ ଡ୍ରାଇଭର ଜିତେନ୍ଦ୍ରକୁ ପୋଲିସ କାବୁ କରିଛି।

ସୂଚନାଥାଉକି, ଚଳିତ ବର୍ଷ ହୋଲିରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଝଗଡ଼ା କାରଣରୁ ଅଭିଯୁକ୍ତ ଜିତେନ୍ଦ୍ର ଅତି ନୃଶଂସ ଭାବେ ଦୁଇ ଭାଇଙ୍କୁ ଟ୍ରକ୍ ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।ଏନେଇ ତିଗିରିଆ ଥାନାର ଏସଡିପିଓ ବିଜୟ କୁମାର ବିଶି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତର ଡାକ୍ତରି ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି। ଏହି ଅଭିଯୋଗରେ ପୂର୍ବରୁ ଚନ୍ଦନ ମଲ୍ଲିକ, ରାଜୁ ମଲ୍ଲିକ, ଶୁକୁଟା ମଲ୍ଲିକ ଓ ମିହିର ମଲ୍ଲିକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା

Related Posts