ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ଘଟଣା: ଦୁଇ ପିଲାଙ୍କ ପରେ ଏବେ ଆଖି ବୁଜିଲେ ମା

ଆଠଗଡ଼ : ଆଠଗଡ଼ ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁର ଘଟିଛି ଏକ ଅଭାବନୀୟ ଦୃଶ୍ୟ । ବିଷାକ୍ତ ଖାଦ୍ୟ ଖାଇ ଦୁଇ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ, ଏବେ ଗୁରୁତର ମା ଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।

ବୀରବରପୁର ଗ୍ରାମର ଗୋବିନ୍ଦ ପାତ୍ରଙ୍କ ପରିବାରର ସମସ୍ତେ ବିଷାକ୍ତଖାଦ୍ୟ ଖାଇଖିଲେ । ଯାହାଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ପିଲାଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ- ସ୍ତ୍ରୀଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମେଡିକାଲରେ ଆଖିବୁଜିଲେ ବଡ଼ମ୍ବା ଥାନା ଅଭିମାନପୁର ପଞ୍ଚାୟତର ବିରବରପୁର ଗାଁରେ ଗୋବିନ୍ଦ ପାତ୍ରଙ୍କ ପତ୍ନୀ । ପୂର୍ବରୁ ତାଙ୍କ ପୁଅ ରୁଦ୍ର ଏବଂ ଝିଅ ରୁଚିକାଙ୍କର ମୃତ୍ୟୁ ହୋଇସାରିଛି । ସ୍ୱାମୀ ଏବେବି ଗୁରୁତର ଅଛନ୍ତି ।

ଖବର ଅନୁଯାୟୀ, ବିରବରପୁର ଗାଁର ଗୋବିନ୍ଦ ପାତ୍ରଙ୍କୁ ମିଶାଇ ପରିବାରର ୪ ଜଣ ଚାଟ୍‌ ଖାଇଥିଲେ । ଏହାପରେ ହଠାତ୍‌ ଚାରିଜଣ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ପୁଅ ରୁଦ୍ର ଓ ଝିଅ ରୁଚିକାଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ମାଆଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Related Posts