ଭୁବନେଶ୍ୱର : ସାବଧାନ, ମାତିଛନ୍ତି ସାଇବର ଲୁଟେରା। ରାଜ୍ୟରେ ଦିନକୁ ଦିନ ସାଇବର ଲୁଟ୍ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ସାଇବର ଥାନା ପୋଲିସ ।ତେବେ ୨ ଜଣ ସାଇବର ଠକଙ୍କୁ ବାନ୍ଧିବାରେ ସଫଳ ହୋଇଛି ସାଇବର ଥାନା ପୋଲିସ।

ଅନଲାଇନରେ ଲୋନ ଦେବାର ପ୍ରଲୋଭନ ଦେଖାଇ ସାଧାରଣ ଲୋକଙ୍କୁ ଏମାନେ ଠକୁଥିଲେ। ସେମାନଙ୍କ ଠାରୁ ଲୁଟୁଥିଲେ।

ତେବେ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଅଧିକ ଲୋନ ଦେବାକୁ କହି ଏମାନେ ଠକିଥିବା ସୂଚନା ମିଳିଛି। ଏନେଇ କିଛି ଦିନ ପୂର୍ବରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ୨ ଜଣ ଅଣ ଓଡିଆଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ସାଇବର ଥାନା ପୋଲିସ। ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।