ରାଜଧାନୀରେ ବଡ଼ ଠକେଇ: ଫ୍ଲାଟ୍ ଦେବା ନାଁରେ ଠକେଇ ଅଭିଯୋଗରେ କମ୍ପାନୀ ଏମ୍‌ଡିଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଠକ୍ । ବିଭିନ୍ନ ଉପାୟରେ ଠକ୍ ସଧାରଣ ଲୋକଙ୍କୁ ଟାର୍ଗେଟ କରି ଲୁଟ୍ କରିବାରେ ଲାଗିଛନ୍ତି । ଫ୍ଲାଟ୍ ଦେବା ନାଁରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ କୁ ନେଇ ପୋଲିସ କୁ ସଫଳତା ମିଳିଛି । ଏହି ଅଭିଯୋଗରେ ବନ୍ଧା ହୋଇଛନ୍ତି MS ବସେରା ଡିଜାଇନ୍ସର MD। MS ବସେରା ଡିଜାଇନ୍ସର MD ମନୋଜ ପଟ୍ଟନାୟକଙ୍କୁ ଗିରଫ କରିଛି EOW।

ଖବର ଅନୁଯାୟୀ, ଭୁବନେଶ୍ୱର ସିଜୁଆ ଅଞ୍ଚଳରେ ବସେରା ଫ୍ରେସ୍କୋ ନାମକ ଆପାର୍ଟମେଣ୍ଟ କରି ଲୋକଙ୍କୁ ଫ୍ଲାଟ ଦେବା ନାଁରେ ଅଗ୍ରୀମ ଟଙ୍କା ନେଇଥିଲେ। ତେବେ ଏକାଧିକ ଲୋକ ଟଙ୍କା ଦେଇଥିବା ସତ୍ତ୍ବେ ସେ ଫ୍ଲାଟ ହସ୍ତାନ୍ତର କରିନଥିଲେ। ଏଭଳି ଭାବେ ମୋଟ ୧ କୋଟି ୭୨ ଲକ୍ଷ ଟଙ୍କା ଠକିଥିବା ନେଇ EOW ରେ ଅଭିଯୋଗ କରିଥିଲେ ଫ୍ଲାଟ ମାଲିକ। ଏହି ଘଟଣାରେ ଆଗକୁ ଅଭିଯୁକ୍ତଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ଦେଇଛି EOW।

Related Posts