ୟୁଟ୍ୟୁବରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ: ଗଣଶିକ୍ଷାମନ୍ତ୍ରୀ

online

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି । ଏଣିକି ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ୟୁଟ୍ୟୁବରେ ପଢିବେ । ଏହା ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାମାନଙ୍କୁ ୟୁଟ୍ୟୁବରେ ପାଠ ପଢା ଯାଉଥିଲା । ତେବେ ବର୍ତ୍ତମାନ +୨ ପିଲାମାନେ ମଧ୍ୟ ୟୁଟ୍ୟୁବରେ ପାଠ ପଢିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ କୋଭିଡ ମହାମାରୀକୁ ପାଇଁ କ୍ଲାସ କରିପାରୁ ନାହାଁନ୍ତି, ସେମାନେ ଘରେ ରହି ୟୁଟ୍ୟୁବରରେ ପାଠ ପଢି ପାରିବେ । ଏପରିକି ୟୁଟ୍ୟୁବରେ ଛାତ୍ରଛାତ୍ରୀମାନେ ସମସ୍ତ ସିଲାବସ ପଢିପାରିବେ । ଛାତ୍ରଛାତ୍ରୀମାନେ ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମିଂ ଦ୍ୱାରା ପାଠ ପଢିପାରିବେ ।

ତେବେ ଏପରି କରିବା ଦ୍ୱାରା +୨ ଛାତ୍ର ଛାତ୍ରୀ ଆହୁରୀ ଅଧିକ ଉପକୃତ ହେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ଅନ୍ୟପଟେ ଯୁକ୍ତ ଦୁଇର ପ୍ରଥମ ବର୍ଷ ଛାତ୍ରମାନଙ୍କ ପାଇଁ କ୍ଲାସ୍ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଯଦିଓ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କ ପାଇଁ କ୍ଲାସ୍ ଆରମ୍ଭ ହୋଇସାରିଛି । ତଥାପି ଛାତ୍ରଛାତ୍ରୀମାନେ ସେମାନଙ୍କ ପିତାମାତାଙ୍କ ସମ୍ମତି ପାଇବା ପରେ ଶାରୀରିକ କ୍ଲାସରେ ଯୋଗଦେବାକୁ ପରାମର୍ଶ ଦିଆଯାଇଛି ବୋଲି ଦାଶ କହିଛନ୍ତି। ପ୍ରାୟ ୭୦ ପ୍ରତିଶତ ଛାତ୍ର ପ୍ଲସ୍ ୨ ଫାଇନାଲ୍ ବର୍ଷ କ୍ଲାସ୍ ପାଇଁ ଯୋଗ ଦେଇଛନ୍ତି। ଯେଉଁମାନେ କ୍ଲାସରେ ଯୋଗ ଦେଉନାହାଁନ୍ତି ସେମାନଙ୍କ ପାଇଁ ଅନଲାଇନ୍ କ୍ଲାସ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Related Posts