2020-21 Budget Highlights

(ସତ୍ୟପାଠ ବ୍ୟୁରୋ) ନୂଆଦୀଲ୍ଲୀ:  ଲୋକସଭାରେ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ମୋଦୀ ସରକାରଙ୍କର ୨ୟ କାର୍ଯ୍ୟକାଳର ୨ୟ ବଜେଟ ଓ ବ୍ୟକ୍ତିଗତଭାବେ ମଧ୍ୟ ନିର୍ମଳାଙ୍କ ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ ।

GST ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି

ଜାତୀୟ ସ୍ବାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି ପ୍ରମାଣ କରିଛି GST

GST ଯୋଗୁଁ ଇନ୍ସପେକ୍ଟର ରାଜ୍‌ର ପରିସମାପ୍ତି ଘଟିଛି

ଗତ 2 ବର୍ଷରେ 16 ଲକ୍ଷ ନୂଆ ଟିକସଦାତା ଯୋଡ଼ାଯାଇଛି

ଚଳିତ ବର୍ଷ ଏପ୍ରିଲ ମାସରୁ ଟିକସ ସରଳୀକରଣ ବ୍ୟବସ୍ଥା ଲାଗୁ ହେବ

ଭାରତ ଏବେ ବିଶ୍ବର ପଞ୍ଚମ ବୃହତ୍ତ ଅର୍ଥନୀତି ହୋଇଛି

ଦେଶରେ ଏବେ FDI 284 ବିଲିଅନ ଡଲାରରେ ପହଞ୍ଚିଛି

ବଜେଟ୍‌ରେ କୃଷି

2022 ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟ

ଚଳିତ ବଜେଟ୍‌ରେ 3ଟି ଦିଗ ଉପରେ ଗୁରୁତ୍ବ ଦିଆଯାଇଛି

ପ୍ରଥମ-ଆସ୍‌ପାଇରାସସନାଲ ଇଣ୍ଡିଆରେ କୃଷି, ଜଳସେଚନକୁ ଗୁରୁତ୍ବ

2025 ସୁଦ୍ଧା ଦୁଗ୍ଧ ଉତ୍ପାଦନ 108 ମିଲିୟନ ମେଟ୍ରିକ ଟନ୍ ବୃଦ୍ଧି ଲକ୍ଷ୍ୟ

2020-21 ବର୍ଷ ପାଇଁ 15 ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ

ଉଦ୍ୟାନ କୃଷି ପାଇଁ ଏକ ଉତ୍ପାଦନ, ଏକ ଜିଲ୍ଲା ବ୍ୟବସ୍ଥା ଲାଗୁ ହେବ

ସବୁ ଚାଷୀଙ୍କୁ ମିଳିବ କୃଷକ କ୍ରେଡିଟ୍‌ କାର୍ଡ

ନାବାର୍ଡ ପୁନଃ ପାଣ୍ଠି ଯୋଗାଣ ଯୋଜନାର ପରିବୃଦ୍ଧି ହେବା ନେଇ ବଜେଟ୍‌ରେ ଘୋଷଣା

କୃଷି ଓ ଜଳସେଚନରେ ଦିଆଯିବ ୨.୮୩ ଲକ୍ଷ କୋଟି ଟଙ୍କାର ଋଣ

କେନ୍ଦ୍ର ସରକାରଙ୍କ ଋଣର ପରିମାଣ ଜିଡିପିର ୫୨.୨%ରୁ ୪୮.୭%କୁ ହ୍ରାସ ପାଇଛି

ବଜେଟ୍‌ରେ ସ୍ବାସ୍ଥ୍ୟ

2025 ସୁଦ୍ଧା ଟିବି ରୋଗ ମୁକ୍ତ ହେବ ଭାରତ

ଟିବି ହାରିବ, ଦେଶ ଜିତିବ ଅଭିଯାନ ଆରମ୍ଭ ହେବ

ସ୍ବଚ୍ଛ ଭାରତ ଅଭିଯାନ ପାଇଁ 12,300 କୋଟି ଟଙ୍କାର ପ୍ରସ୍ତାବ

2024 ସୁଦ୍ଧା ସବୁ ଜିଲ୍ଲାରେ ଜନ ଔଷଧୀ କେନ୍ଦ୍ର ଖୋଲାଯିବ

112 ଆକାଂକ୍ଷୀ ଜିଲ୍ଲାରେ ହସ୍ପିଟାଲ ନିର୍ମାଣ କରାଯିବ

ପିପିପି ମୋଡରେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେବ ମେଡିକାଲ ବିଶ୍ବବିଦ୍ୟାଳୟ

ମେଡିକାଲ ଡିଭାଇସ୍‌ ଟ୍ୟାକ୍ସରେ ହେବ ହସ୍ପିଟାଲ ନିର୍ମାଣ

ବଜେଟ୍‌ରେ ଶିକ୍ଷାକୁ ଗୁରୁତ୍ବ

ଖୁବ୍‌ଶୀଘ୍ର ଦେଶରେ ନୂଆ ଶିକ୍ଷା ନୀତି ଘୋଷଣା କରାଯିବ

ଶିକ୍ଷା ବ୍ୟବସ୍ଥା ପାଇଁ ଅଧିକ ଫଣ୍ଡ୍‌ ଆବଶ୍ୟକ

ଶିକ୍ଷା ପାଇଁ 99,300 କୋଟି ଟଙ୍କାର ବ୍ୟୟ ବରାଦ

ଦେଶରେ ନୂଆ 150ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଆରମ୍ଭ ହେବ

ଅନ୍‌ଲାଇନ୍‌ ଡିଗ୍ରୀ ପ୍ରୋଗ୍ରାମ ଆରମ୍ଭ କରାଯିବ

ଦେଶରେ ସାଇବର ଫୋରେନସିକ୍ ଶିକ୍ଷା ଆରମ୍ଭ ହେବ

ଶକ୍ତି କ୍ଷେତ୍ରରେ ନୂଆ ପ୍ରକଳ୍ପ ପାଇଁ 15% ଟ୍ୟାକ୍ସ

ବଜେଟ୍‌ରେ ଅର୍ଥବ୍ୟବସ୍ଥା ସଜାଡ଼ିବାକୁ ପ୍ରୟାସ

ବିକ୍ରି ହେବ LICର ଅଂଶଧନ

ସରକାର ତାଙ୍କର କିଛି ଅଂଶଧନ LICରୁ ପ୍ରତ୍ୟାହାର କରିବେ

IDBIର ଅଂଶଧନ ମଧ୍ୟ ବିକ୍ରି ହେବ

ଅଣ ବ୍ୟାକିଂ, ହାଉସିଂ ଫାଇନାନ୍‌ସ କମ୍ପାନିଙ୍କ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ସୁବିଧା

ଖୁବ୍‌ ଶୀଘ୍ର ଟିକସ ଦାତା ଚାଟର ଘୋଷଣା ହେବ

ଟିକସଦାତାଙ୍କୁ ହଇରାଣ କରାଯିବା ଗ୍ରହଣ କରାଯିବନି

ସିଡ୍ୟୁଲ ବାଣିଜ୍ୟିକ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ

ବ୍ୟାଙ୍କ ଜମାକାରୀଙ୍କ ବୀମା 1 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି ଘୋଷଣା

2021ରେ ଜିଡିପି 10% ରହିବା ଆକଳନ: ନିର୍ମଳା

2020-21 ପାଇଁ ବିତ୍ତୀୟ ନିଅଣ୍ଟ 3.5% ଆକଳନ

କମିଲା ଆୟ କର ଛାଡ଼ ସୀମା

ବ୍ୟକ୍ତିଗତ ଟିକସ କ୍ଷେତ୍ରରେ ବଡ଼ ରିହାତି

ପୂର୍ବ ପରି 5 ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ଟିକସ ଦେବାକୁ ପଡ଼ିବନି

7.5ରୁ 10 ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତି ଦେବେ 15% ଟିକସ

10-12.5 ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତି ଦେବେ 20% ଟିକସ

12.5ରୁ 15 ଲକ୍ଷ ଆୟ କରୁଥିବା ବ୍ୟକ୍ତି ଦେବେ 25% ଟିକସ

15 ଲକ୍ଷରୁ ଅଧିକ ଆୟ ପାଇଁ ଦେବାକୁ ହେବ 30% ଟିକସ

କମ୍ପାନିଙ୍କ ଡିଭିଡେଣ୍ଟ ଡିଷ୍ଟ୍ରିବ୍ୟୁସନ ଟ୍ୟାକ୍ସ ଛାଡ଼

ବିତ୍ତୀୟ ନିଅଣ୍ଟ ୩.୫% ନେଇ ଆକଳନ

୨୦୧୯-୨୦ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୩.୮% ଏବଂ ୨୦୨୦-୨୧ରେ ୩.୫% ନେଇ ଆକଳନ

ଯୁବତୀଙ୍କ ବିବାହ ବୟସ ନିର୍ଦ୍ଧାରଣ କରିବା ପାଇଁ ଗଠନ କରାଯିବ ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଏମ୍‌ଏସ୍‌ଏମ୍‌ଇର ଅନାଦାୟ ଋଣରେ ସୁଧାର ଆଣିବା ପାଇଁ ଆଉ ୧ ବର୍ଷ ସମୟ ବୃଦ୍ଧି

ପୂର୍ବରୁ ଡେଡ୍‌ଲାଇନ୍‌ ମାର୍ଚ୍ଚ ୨୦୨୦ ରହିଥିଲା

ଆର୍ଥିକ ପରିଚାଳନା ପାଇଁ ଆଇପିଓ ମାଧ୍ୟମରେ ଏଲଆଇସିର କିଛି ଅଂଶ ବିକ୍ରି କରିବାକୁ ସରକାରଙ୍କ ପ୍ରସ୍ତାବ

ଏନ୍‌ଆରଆଇ ସରକାରୀ ସିକ୍ୟୁରିଟିରେ କରିପାରିବେ ନିବେଶ

ଜମକାରୀଙ୍କ ବୀମା କଭରେଜ୍‌ର ପରିମାଣ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି

ବରିଷ୍ଠ ନାଗରିକଙ୍କ ପାଇଁ ୯ ହଜାର କୋଟି ବ୍ୟୟବରାଦ

ବରିଷ୍ଠ ନାଗରିକଙ୍କ ପାଇଁ ୯ ହଜାର କୋଟି ଟଙ୍କାର ବ୍ୟୟବରାଦ

ବଜେଟ୍‌ରେ ପର୍ଯ୍ୟଟନକୁ ଗୁରୁତ୍ବ

୫ଟି ଆଇକନିକ୍‌ ପର୍ଯ୍ୟଟନ କ୍ଷେତ୍ରରେ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ

ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ପ୍ରତିଷ୍ଠା କରାଯିବ ଜନଜାତି ସଂଗ୍ରହାଳୟ

ଗୁଜରାଟର ଅହମଦାବାଦରେ ପ୍ରତିଷ୍ଠା ହେବ ସାମୁଦ୍ରିକ ସଂଗ୍ରହାଳୟ

ପର୍ଯ୍ୟଟନ କ୍ଷେତ୍ର ପାଇଁ ବଜେଟ୍‌ରେ ମୋଟ୨୫୦୦ କୋଟି ବ୍ୟୟବରାଦ କରହିଛନ୍ତି କେନ୍ଦ୍ର ସରକାର

SC/OBC ବର୍ଗ ପାଇଁ ୮୫ ହଜାର କୋଟି ବ୍ୟୟବରାଦ

କ୍ୱାଣ୍ଟମ୍‌ ଟେକ୍ନୋଲୋଜି କ୍ଷେତ୍ରରେ ଆଗାମୀ ୫ ବର୍ଷରେ ଖର୍ଚ୍ଚ ହେବ ୮ ହଜାର କୋଟି ଟଙ୍କା

ଅପପୁଷ୍ଟି ନିରାକରଣ ପାଇଁ ୩୫, ୬୦୦ ଏହି ବଜେଟ୍‌ରେ କୋଟି ବ୍ୟୟବରାଦ କରାଯାଇଛି

SC/OBC ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ୮୫ ହଜାର କୋଟି ବ୍ୟୟବରାଦ

ଜନଜାତି କଲ୍ୟାଣ ପାଇଁ ୫୩, ୭୦୦ କୋଟି ଟଙ୍କାର ବ୍ୟୟବରାଦ

 

 

 

Related Posts