ପ୍ରକାଶ ପାଇଲା ୨୦୨୦ ଓଏଏସ ପରୀକ୍ଷା ଫଳ: ତେଜସ୍ୱିନୀ ବେହେରା ଟପ୍ପର, ପ୍ରଥମ ୩ ସ୍ଥାନରେ ମହିଳା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୦ ମସିହା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ବାଜି ମାରିଛନ୍ତି ତେଜସ୍ୱିନୀ ବେହେରା । ସେହିଭଳି ପ୍ରଥମ ତିନି ସ୍ଥାନରେ ମହିଳା ରହିଛନ୍ତି । କେବଳ ଏତିକି ନୁହେଁ ଟପ-୧୦ରେ ୭ ମହିଳା ସ୍ଥାନ ପାଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୩୯୨ ଜଣଙ୍କ ମଧ୍ୟରେ ୧୪୮ ମହିଳା ରହିଥିବା ସୂଚନା ମିଳିଛି ।

ସେହିଭଳି କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଶ୍ନା ଦାସ, ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ, ଚତୁର୍ଥ ସ୍ଥାନରେ ଦେବବ୍ରତ କର, ପଞ୍ଚମ ସ୍ଥାନରେ ଦେବବ୍ରତ ମହାରଣା, ଷଷ୍ଠ ସ୍ଥାନରେ ଅଭିସ୍ମିତା ତେୱାରୀ, ସପ୍ତମ ସ୍ଥାନରେ ଶୁଭଶ୍ରୀ ରଥ, ଅଷ୍ଟମ ସ୍ଥାନରେ ଶ୍ରୀତପା ମିଶ୍ର, ନବମ ସ୍ଥାନରେ ବିବେକାନନ୍ଦ ଷଡଙ୍ଗୀ, ଦଶମ ସ୍ଥାନରେ ତପ୍ତୀ ରାଜ ରହିଥବା ସୂଚନା ମିଳିଛି ।

Related Posts