୨୦୨୪ ସାଧାରଣ ନିର୍ବାଚନ ଲଢେ଼ଇ: ମାଷ୍ଟର ପ୍ଲାନ ପ୍ରସ୍ତୁତ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୨୦୨୪ରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ଏନେଇ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିଭିନ୍ନ ରାଜନୈତିକ ଦଳ ମାନେ ପରସ୍ପରକୁ ମାତ ଦେବା ପାଇଁ ଅଣ୍ଟା ଭିଡ଼ି ଛନ୍ତି ।

ସେପଟେ ବିଜେପି ହ୍ୟାଟ୍ରିକ ବିଜୟ ସହ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିରୋଧୀ ଦଳ ମୋଦୀ ସରକାରଙ୍କୁ କ୍ଷମତାଚ୍ୟୁତ୍ କରିବାକୁ ଅଣ୍ଟା ଭିଡିଛନ୍ତି। ଏହି କ୍ରମରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୨୪ରେ ମୋଦୀ ସରକାରଙ୍କୁ କଡା ଟକ୍କର ଦେବା ପାଇଁ ଯୋଜନା ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି। ଓ୍ଵାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ସଂପ୍ରତି ସେହି ରଣନୀତି ଉପରେ କାମ କରିବେ, ଯେମିତି ବିରୋଧୀ ୨୦୧୪ ନିର୍ବାଚନରେ ମନମୋହନ ସିଂହ ସରକାରଙ୍କ ବିରୋଧରେ ଆପଣେଇଥିଲେ। ଏହି କାରଣରୁ ୟୁପିଏ ସରକାରଙ୍କୁ ସାଧାରଣ ନିର୍ବାଚନରେ ପରାଜୟର ସ୍ଵାଦ ଚାଖିବାକୁ ପଡିଥିଲା।

ଲୋକସଭା ନିର୍ବାଚନ ପ୍ରସ୍ତୁତି ଆଧାରରେ ରାହୁଲ ଗାନ୍ଧୀ ଅଗଷ୍ଟ ୨୨ରେ ନାଗରିକ ସଂଗଠନର ସଦସ୍ୟ ଏବଂ ସଂଗଠନଙ୍କୁ ଭେଟିବେ। କଂଗ୍ରେସ ସାଂସଦ ଏହି ସଂଗଠନଗୁଡିକର ପ୍ରସଙ୍ଗ ଶୁଣିବେ ଏବଂ ଏହା ଉପରେ ବିଚାର କରିବେ। ଏହି ସମୟରେ ନିଜର ଭାରତ ଯୋଡୋ ଯାତ୍ରା ବିଷୟରେ ସିଭିଲ ସୋସାଇଟିର ସଦସ୍ୟଙ୍କ ସହ ଆଲୋଚନା କରିବେ।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଆଗାମୀ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହେଉଛି। ନିଜ ଯାତ୍ରା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ନାଗରିକ ସଂଗଠନର ଲୋକଙ୍କୁ ଭେଟିବାକୁ ଗୁରୁତ୍ଵ କୁହାଯାଉଛି। ରାହୁଲ ବିଭିନ୍ନ ବର୍ଗଙ୍କ ପାଇଁ କାମ କରୁଥିବା ସଂଗଠନ ଏବଂ ବ୍ୟକ୍ତିଙ୍କୁକ ଭେଟିବାକୁ ଯାଉଛନ୍ତି। ଏହି କ୍ରମରେ ଯୋଗେନ୍ଦ୍ର ଯାଦବ, ମେଧା ପାଟକର ସମେତ ଅନ୍ୟ ଲୋକ ଏବଂ ସଂଗଠନଙ୍କ ସହ ଯୋଗାଯୋଗ କରିଛନ୍ତି ରାହୁଲ ଗାନ୍ଧୀ। ଅଗଷ୍ଟ ୨୨ରେ ହେବାକୁ ଥିବା ବୈଠକ ପାଇଁ ବଡ ସଂଖ୍ୟାରେ ଲୋକଙ୍କ ସହ ଯୋଗାଯୋଗ କରାଯାଇଛି।

ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନ ପୂର୍ବରୁ ଇଣ୍ଡିଆ ଏଙ୍ଗେଷ୍ଟ କରପ୍ସନ ବ୍ୟାନର ତଳେ ଅନେକ ସଂଗଠନ ତତ୍କାଳୀନ ମନମୋହନ ସିଂହ ସରକାରଙ୍କ ବିରୋଧରେ ମାହୋଲ ସୃଷ୍ଟି କରିଥିଲେ। ପୂର୍ବେ ବିରୋଧୀ ଦଳ ଥିବା ବିଜେପି ୟୁପିଏ ସରକାରରେ ଦୁର୍ନୀତି ଏବଂ ଅପାରଗତା ପ୍ରସଙ୍ଗ ଉଠାଇଥିଲା। ଏହା ଏମିତି ଏକ ସମୟ ଥିଲା, ଯେତେବେଳେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପ୍ରଭାବରେ ୨୦୧୪ ସାଧାରଣ ନିର୍ବାଚନରେ ୧୦ ବର୍ଷର ୟୁପିଏ ସରକାର କ୍ଷମତାରୁ ବେଦଖଲ ହୋଇଥିଲା। କଂଗ୍ରେସ ସମେତ ଅନ୍ୟ ସହଯୋଗୀ ଦଳଗୁଡିକୁ ଐତିହାସିକ ପରାଜୟର ସାମ୍ନା କରିବାକୁ ପଡିଥିଲା।

ଠିକ୍ ସେହିପରି ରାହୁଲ ଗାନ୍ଧୀ ସାଧାରଣ ଜନତାଙ୍କ ସହ ମିଶି ବିଜେପି ସରକାରଙ୍କ କାମ ଆଧାରରେ ମୋଦୀ ସରକାରଙ୍କ ବିରୋଧରେ ମାହୋଲ ସୃଷ୍ଟି କରିବାକୁ ଚାହାନ୍ତି। କଂଗ୍ରେସ ନେତା ନିଜ ଭାଷଣରେ ସାମ୍ବିଧାନିକ ସଂସ୍ଥାର ଦୁରୁପଯୋଗ, ବେରୋଜଗାରୀ, ସମାଜରେ ବିଭାଜନ, କୃଷକ ପ୍ରସଙ୍ଗ ଏବଂ ଅର୍ଥବ୍ୟବସ୍ଥା ସ୍ଥିତି ସଂପର୍କିତ ପ୍ରସଙ୍ଗ ଉଠାଇଥିଲେ। ଭାରତ ଯୋଡୋ ଯାତ୍ରା ପାଇଁ ଓ୍ଵେବସାଇଟ୍‌ ଏବଂ ସାହିତ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଛି।

Related Posts