ଚୀନର ଗୁଇଝୋଉ ପ୍ରାନ୍ତରେ ଭୟାନକ ସଡକ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି, ୨୭ ଜଣ ମୃତ

ନୂଆଦିଲ୍ଲୀ: ଚୀନର ଗୁଇଝୋଉ ପ୍ରାନ୍ତରେ ଘଟିଛି ଏକ ଭୟାନକ ସଡକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓଲଟି ଯିବାରୁ ୨୭ ଜଣ ଲୋକଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି।

ପୋଲିସ ଅନୁଯାୟୀ, ୪୭ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଗୁଇଝୋଉ ପ୍ରାନ୍ତରୁ କିୟାନାନ ବୁଏଇ ଏବଂ ନିୟାଓ ପ୍ରାନ୍ତ ମଧ୍ୟରେ ଏକ୍ସପ୍ରେସ୍ ଓ୍ଵେରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ଏବଂ ପରିବାରକୁ ଶବ ହସ୍ତାନ୍ତର କରାଯାଉଛି।

ଅନ୍ୟପଟେ ଚୀନରେ ଅନ୍ୟ ଏକ ଘଟଣାରେ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଖଣିରେ ପାଣି ଭରି ଯିବାରୁ ଏହି ସବୁ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ନିଖୋଜ ଅଛନ୍ତି। ଚୀନ ଅଧିକାରୀ ଶନିବାର ଏହାର ସୂଚନା ଦେଇଥିଲେ। ନିଖୋଜ ବ୍ୟକ୍ତିଙ୍କ ପରିଚୟ ଏବେ ସୁଦ୍ଧା ମିଳି ପାରିନାହିଁ

Related Posts