ଦୁର୍ଘଟଣାର ୩ ଦିନ ପରେ ସାମ୍ନାକୁ ଆସିଲା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ପ୍ରତିକ୍ରିୟା

ଭୁବନେଶ୍ଵର: ଦୁର୍ଘଟଣାର ୩ ଦିନ ପରେ ମୁହଁ ଖୋଲିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ହେଲେ ଭାବବିହ୍ବଳ। କାନ୍ଦି କାନ୍ଦି ବଖାଣିଲେ ସେ କାଳ ରାତିର କାହାଣୀକୁ ବଖାଣିଛନ୍ତି । ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଭିଡିଓ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ବାଇକ୍‌ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ଯ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଟକ ଜିଲ୍ଲା ଆଠଗଡ଼-ମୁଣ୍ଡଳୀ ରାସ୍ତାର ମେଘା ଜଙ୍ଗଲ ନିକଟରେ ବାଇକ ସହ ରାଣୀ ପଣ୍ଡାଙ୍କର କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା । କାର ଭିତରେ ରାଣୀ ପଣ୍ଡାଙ୍କ ସହ ତାଙ୍କର ଜଣେ ମହିଳା ଓ ପୁରୁଷ ବନ୍ଧୁ ଥିଲେ । ଆଠଗଡ଼ ଥାନା ପୋଲିସ୍ ରାଣୀ ପଣ୍ଡା ଓ ତାଙ୍କ ବନ୍ଧୁଙ୍କୁୁ ଅଟକ ରଖିଥିଲା । ସାତମାଇଲି ନିକଟରେ ଯାତ୍ରା ପରିବେଷଣ ପାଇଁ ଯାଉଥିବା ବେଳେ ତାଙ୍କ କାର୍‌ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା।

ତେବେ ଏହି ଘଟଣା ପରେ ସୋସିଆଲ୍ ମିଡିଆରେ ରାଣୀଙ୍କୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିଲା । ଯାହାକୁ ଶୁଣିବା ପରେ ସୋସିଆଲ୍ ମିଡିଆରେ ଭିଡିଓ ମାଧ୍ଯମରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାଣୀ। କହିଛନ୍ତି ତାଙ୍କର କିଛି ଭୁଲ୍ ନାହିଁ। ସେ ଗାଡି ଚଳାଉନଥିଲେ ବରଂ ତାଙ୍କ ଡ୍ରାଇଭର ଗାଡି ଚଳାଉଥିଲା। ଏହାପରେ କହିଛନ୍ତି ସେ କିମ୍ବା ତାଙ୍କ ଡ୍ରାଇଭର ମଦ୍ଯପାନ କରିନଥିଲେ। ତାଙ୍କ ବିଷୟରେ ଏଭଳି ମିଛ ଗପ ପ୍ରଚାର ନକରିବାକୁ ସେ ଗଣମାଧ୍ଯମକୁ ଅନୁରୋଧ କରିଛନ୍ତି। ସେ ଦୁଇ ଦିନ ହେଲା ଡାକ୍ତରଖାନାରେ ଥିଲେ। ତାଙ୍କୁ ମଧ୍ଯ ଦୁର୍ଘଟଣାରେ ଆଘାତ ଲାଗିଥିଲା।

ଏହାସହ ଉକ୍ତ ଯୁବକଙ୍କ ମୃତ୍ଯୁରେ ସେ ସମ୍ପୂର୍ଣ୍ଣ ମର୍ମାହତ ଥିବା କହିଛନ୍ତି। ତାଙ୍କରି ଗାଡିରେ ଏଭଳି ଦୁର୍ଘଟଣା ଘଟି ଜଣଙ୍କ ମୃତ୍ଯୁ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ତାଙ୍କ ସକ୍ଷ ମୁତାବକ ମୃତକଙ୍କ ପରିବାରକୁ ସାହାର୍ଯ୍ଯ କରିଛନ୍ତି ଏବଂ ଆଗକୁ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Related Posts