ପତ୍ନୀହନ୍ତା ସ୍ଵାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ଜିଲ୍ଲା ଦୌରା ଜଜ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପତ୍ନୀହନ୍ତା ସ୍ଵାମୀକୁ ଆଜୀବନ କାରାଦଣ୍ଡାଦେଶ ସଜ୍ଜା ସହ ୫୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଏକ ବର୍ଷ ଅଧିକ ସଶ୍ରମ କରାଦଣ୍ଡ ଶୁଣାଇଲେ କେନ୍ଦୁଝର ଜିଲ୍ଲା ଦୌରା ଜଜ୍ ଚିତ ରଞ୍ଜନ ମହାପାତ୍ର । ତେବେ ଗତ ୨୦୧୭ ମସିହା ଜୁଲାଇ ମାସ ୪ ତାରିଖରେ ଘରୋଇ କଳିକୁ ନେଇ ତେଲକୋଇ ଥାନା ବଡ଼ଖମଣ ଗାଁରେ ସ୍ତ୍ରୀ ବର୍ଷା ମହ୍ଲାରଙ୍କୁ ସ୍ଵାମୀ ବାବୁଲି ମହ୍ଲାର ପଥରରେ ଛେଚି ହତ୍ୟା କରିଥିଲା ।

ସେହିଦିନ ସନ୍ଧ୍ୟା ସମୟରେ ସ୍ଵାମୀ ଓ ସ୍ତ୍ରୀ ହାଟକୁ ଯାଇ ଫେରିବା ବେଳେ, କଳାପାଟ ଜଙ୍ଗଲରେ ସ୍ତ୍ରୀ ବର୍ଷା ମହ୍ଲାରକୁ ପଥରରେ ଛେଚି ହତ୍ୟା କରିଥିଲା ଅଭିଯୁକ୍ତ ସ୍ଵାମୀ ବାବୁଲି ମଲ୍ଲାର । ହେଲେ, ପରଦିନ ସ୍ତ୍ରୀକୁ ହାତୀ ମାରିଥିବା ନେଇ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲା ବାବୁଲି । ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା । ଜିଲ୍ଲା ଦୌରାଜଜ୍ କୋର୍ଟ ଆଜି ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ବାବୁଲି ମହ୍ଲାରକୁ ଆଜୀବନ କାରାଦଣ୍ଡାଦେଶ ସଜ୍ଜା ଶୁଣାଇଛନ୍ତି ।

Related Posts