ବନ୍ଦ୍ ହେଲା ହୀରାକୁଦର ଆଉ ୩ଟି ଗେଟ; ବର୍ତ୍ତମାନ ୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜାରି ରହିଛି ଜଳ ନିଷ୍କାସନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହୀରାକୁଦ ଜଳଭଣ୍ଡାରର ଖୋଲାଥିବା ମୋଟ ୭ଟି ଗେଟ୍ ମଧ୍ୟରୁ ଆଜି ୩ଟି ଗେଟ୍‌ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ୪ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି। ଗତକାଲି ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୦୭.୬୫ ଫୁଟ୍ ରହିଥିଲା। ସେହି ସମୟରେ ଜଳଭଣ୍ଡାରକୁ ୧,୩୫,୦୩୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧,୪୧,୮୩୮ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା।ସ୍ପିଲୱେ ଜରିଆରେ ୧,୦୨,୭୧୧ ଏବଂ ପାୱାର ଚାନେଲ ଦେଇ ୩୪, ୮୧୫ କ୍ୟୁସେକ ମହାନଦୀରେ ଛଡ଼ାଯାଇଥିବା ବେଳେ କେନାଲଗୁଡ଼ିକରେ ୪୦୩୯ କ୍ୟୁସେକ ଛଡ଼ାଯାଇଥିଲା।

Related Posts