ଗଞ୍ଜାମ ଜିଲ୍ଲା ରାମଚନ୍ଦ୍ରପୁରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ବାପା ପରେ ଏବେ ଆଖି ବୁଜିଲା ପୁଅ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ରାମଚନ୍ଦ୍ରପୁରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣାକୁ ନେଇ ପୁଣି ଆସିଲା ଆଉ ଏକ ଦୁଃଖଦ ଖବର। ବାପାଙ୍କ ପରେ ଏବେ ପୁଅଙ୍କର ବି ମୃତ୍ୟୁ ଘଟିଛି । ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛି ପୁଅ । ମୃତକଙ୍କ ନାମ ଅଶୋକ ନାୟକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୨୨ ତାରିଖରେ ଘର ଭିତରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା । ଏଥିରେ ବାପା-ପୁଅ ଗୁରୁତର ହୋଇଥିଲା । ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ୨୫ ତାରିଖ ଦିନ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିଲା । ପୁଅଙ୍କୁ ପର୍ଯ୍ୟାୟକ୍ରମେ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଏବେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଅଶୋକଙ୍କ ମୃତ୍ୟୁ ହୋଇଯାଇଛି ।

Related Posts