
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗ ସାହିରେ । ଏହି ଗାଁ ର ମଗିଶିରିଆ ଜୁଆଙ୍ଗଙ୍କ ପତ୍ନୀ ନିରାଧି ଜୁଆଙ୍ଗ(୪୫), ସିଙ୍ଗା ଜୁଆଙ୍ଗ ଙ୍କ ପତ୍ନୀ କାଠି ଜୁଆଙ୍ଗ(୬୨) ଓ କୁନା ଜୁଆଙ୍ଗଙ୍କ ପତ୍ନୀ ମଞ୍ଜରୀ ଜୁଆଙ୍ଗ(୩୫) ଆଜି ସକାଳେ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।
ଅପରାହ୍ନରେ ଛେଳି ଚରାଇ ଏମାନେ ଘରକୁ ଫେରୁଥିଲେ। ତେବେ ଗାଁ ପାର୍ଶ୍ୱରେ ଦୁଇ ଚାଷୀ ନିଜ ପରିବା ଚାଷ ଜମିକୁ ନେଇଥିବା ବିଦ୍ୟୁତ ତା’ର ଛିଣ୍ଡି ରାସ୍ତାରେ ପଡ଼ିଥିଲା। ଠିକ୍ ସେହି ସମୟରେ ଗୋଟିଏ ଛେଳି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା। ଛେଳିକୁ ବଞ୍ଚାଇବାକୁ ଯାଇ ଜଣେ ପରେ ଜଣେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି।ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜଙ୍ଗଲ ମଧ୍ୟରେ ବେଆଇନ୍ ଭାବେ ବିଦ୍ୟୁତ୍ ତାର ଟଣା ଯାଇଥିଲେ ମଧ୍ୟ, ଏଥିପ୍ରତି ବିଦ୍ୟୁତ ବିଭାଗ କି ବନ ବିଭାଗର ନିଘା ନଥିବା ଅଭିଯୋଗ ହୋଇଛି। ଉଭୟ ବିଭାଗର ଦାୟିତ୍ଵହୀନତା ଯୋଗୁ ଆଜି ତିନି ତିନିଟି ଜୀବନ ଯାଇଛି।
ତେବେ ପ୍ରକାଶ ଥାଉକି, ଜଙ୍ଗଲ ମଧ୍ୟରେ ବେଆଇନ୍ ଭାବେ ବିଦ୍ୟୁତ୍ ତାର ଟଣା ଯାଇଥିଲେ ସୁଦ୍ଧା, ଏଥିପ୍ରତି ବିଦ୍ୟୁତ ବିଭାଗ ଓ ବନ ବିଭାଗର ନିଘା ନଥିବା ଅଭିଯୋଗ ହୋଇଛି। ଉଭୟ ବିଭାଗର ଦାୟିତ୍ଵହୀନତା ଯୋଗୁ ଆଜି ତିନି ତିନିଟି ମୂଲ୍ୟବାଦ ଜୀବନ ଯାଇଛି।