ସୂର୍ଯ୍ୟ ପରାଗ ପାଇଁ ଅକ୍ଟୋବର ୨୫କୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୋମବାର ଦୀପାବଳି ଓ ଏହା ପରଦିନ ମଙ୍ଗଳବାର ସୂର୍ଯ୍ୟ ପରାଗ । ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ସରକାରୀ ଛୁଟି ରୂପେ ଘୋଷଣା କରିଛନ୍ତି ।

ସରକାରଙ୍କ ଘୋଷଣା ଅନୁସାରେ ଅକ୍ଟୋବର ୨୫ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ୍, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ୱ, ବିଭାଗୀୟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ ।

ସୂଚନାଯୋଗ୍ୟ ଯେ, ଦୀପାବଳି ଅମାବାସ୍ୟ ତିଥିରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ପଡୁଛି। ୨୫ ତାରିଖ ମଙ୍ଗଳବାର ଅପରାହ୍ନ ୪ ଘଣ୍ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରିବ। ସନ୍ଧ୍ୟା ୬ଘଣ୍ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ପରାଗ ସର୍ବମୋକ୍ଷ ହେବ। ଏଥିଲାଗି ସୋମାବର ରାତି ଶେଷ (ମଙ୍ଗଳବାବର ଭୋର) ୪ ଘଣ୍ଟା ୫୭ ମିନିଟ୍ ରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ରହିବ।

Related Posts