ପୁଣି ବଢ଼ିଲା ରୋକ; ଫେବୃଆରୀ ୧୧ ପର୍ଯ୍ୟନ୍ତ ରାଲି ଓ ରୋଡ ଶୋ’ ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନୀ ଆୟୋଗ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନୀ ଆୟୋଗ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆୟୋଗର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିବା ପରେ ରାଲି ଉପରେ ନିଷେଧାଦେଶ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ଫେବୃଆରୀ ୧୧ ପର୍ଯ୍ୟନ୍ତ ନିର୍ବାଚନ ରାଲି ଉପରେ ପ୍ରତିବନ୍ଧକ ଲଗାଯିବ। ତେବେ ବର୍ତ୍ତମାନ ୧୦୦୦ ଲୋକ ନିର୍ବାଚନ ରାଲିରେ ଭାଗ ନେଇପାରିବେ ।

ଏଥି ସହିତ, ୫୦୦ ଲୋକଙ୍କୁ ଘର ଭିତର ସମାବେଶରେ ବସିବାକୁ ଅନୁମତି ଦିଆଯିବ । ଯେତେବେଳେ କି ଦ୍ୱାର ଦ୍ୱାର ଅଭିଯାନରେ ୨୦ ଜଣ ଲୋକ ଯାଇପାରିବେ । ଏହାପୂର୍ବରୁ, କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଜାନୁୟାରୀ ୨୨ ପର୍ଯ୍ୟନ୍ତ ପାଞ୍ଚଟି ରାଜ୍ୟରେ ରାଲି ଓ ରୋଡ୍ ସୋ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଅବଶ୍ୟ, ଏହା ପରେ ଏହାକୁ ୩୧ ଜାନୁଆରୀକୁ ବୃଦ୍ଧି କରାଯାଇଥିଲା ।

Related Posts