ବୌଦ୍ଧ ବାଉଁଶୁଣି ଥାନା କମ୍ପରା ସରକାରୀ ବିଦ୍ୟାଳୟରୁ ଚୋରି ହେଲା ସାଢ଼େ ୪ କ୍ୱିଣ୍ଟାଲ ଚାଉଳ, ଅଭିଯୁକ୍ତଙ୍କ ଗିରଫ ଦାବିରେ ଧାରଣା

ବୌଦ୍ଧ : ବିଦ୍ୟାଳୟକରୁ ଚୋରି ହେଲା ଚାଉଳ । ପ୍ରାୟ ୪ କ୍ୱିଣ୍ଟାସ ୫୦ କିଲୋ ଚାଉଳ ଚୋରି ହୋଇଛି । ଏନେଇ ଶିକ୍ଷକ ଜାଣିବପରେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ଜଣେ ଦୋକାନୀ ଗିରଫ ହୋଇଛନ୍ତି। କିନ୍ତୁ ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଏହି ଅଭିଯୋଗରେ ଗ୍ରାମବାସୀ ଓ ଅଭିଭାବକମାନେ ସ୍କୁଲ୍‌ ଆଗରେ ଧାରଣା ଦେଇଛନ୍ତି। ଏପରି ଅପରାଧିକ ଘଟଣା ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ କମ୍ପରା ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି।

ଅଭିଯୋଗ ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା। କୌଣସି ସୂତ୍ରରୁ ଖବର ପାଇ ସାହାଜପାଲର ପ୍ରେମାନନ୍ଦ ମେହେରଙ୍କ ଦୋକାନରେ ପୋଲିସ ଚଢ଼ଉ କରି ଚୋରି ହେଇଥିବା ଚାଉଳ ପାଇଥିଲା। ଏହି ଅଭିଯୋଗରେ ସେହି ଦୋକାନୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କିନ୍ତୁ ପୋଲିସ୍ ଏବେ ଯାଏଁ ଚୋରକୁ ନ ଧରି ଖାଲି ଦେକାନିଙ୍କୁ ଧରି ଚୁପ୍‌ ବସିଥିବାରୁ ବୁଧବାର କମ୍ପରା ଗ୍ରାମବାସୀ ଅଭିଭାବକଙ୍କ ସହ ବହୁ ଛାତ୍ରଛାତ୍ରୀ ମାନେ ପ୍ରକୃତ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ଦାବିରେ ସ୍କୁଲ ଆଗରେ ଧାରଣା ଦେଇଛନ୍ତି । ତୁରନ୍ତ ପୋଲିସ ଚୋର ମାନଙ୍କୁ ଧରିବାକୁ ଦାବି କରିଛନ୍ତି। ଏନେଇ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ କମଳାକାନ୍ତ ଦଲାବେହେରା, ସିଆରସିସି ରାଜ କୁମାର ପ୍ରଧାନ ବିଦ୍ୟାଳୟରେ ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ଯେ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଗିରଫ ନହୋଇଛି ସେ ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଅଭିଭାବକ କହିଛନ୍ତି । ଅନ୍ୟପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

Related Posts