ମଦ ବ୍ୟସାୟୀଙ୍କଠାରୁ ଲାଞ୍ଚ ନେଇ ନିଲମ୍ୱିତ ହେଲେ ବଡବିଲ ଅବକାରୀ ଥାନା ଏଏସ୍‌ଆଇ

କେନ୍ଦୁଝର : ଲାଞ୍ଚ ନେଲେ, ଏବେ ନିଲମ୍ୱିତ ହେଲେ । କେନ୍ଦୁଝର ଜିଲା ବଡବିଲ ଅବକାରୀ ଥାନା ଏଏସ୍‌ଆଇ ପୁଷ୍ପଲତା ଗୋସ୍ବାମୀ ନିଲମ୍ବିତ ହୋଇଛି । ଜଣେ ମଦ ବ୍ୟସାୟୀଙ୍କଠାରୁ ଲାଞ୍ଚ ନେଉଥିବା ସମୟର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଅବକାରୀ ଅଧିକ୍ଷକ ନାରାୟଣ ମେହେର ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଡେପୁଟି ସୁପରିଟେଣ୍ଡେଣ୍ଟ ବେଣୁଧର ସାମଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତଦନ୍ତ ରିପୋର୍ଟ ଆସିବା ପରେ ଅବକାରୀ ଅଧିକ୍ଷକ ଅବକାରୀ କମିଶନରଙ୍କୁ ପ୍ରଦାନ କରିଥିଲେ। ତେବେ ଅବକାରୀ କମିଶନର ବଡବିଲ ଅବକାରୀ ଥାନାର ଏଏସ୍‌ଆଇ ପୁଷ୍ପଲତା ଗୋସ୍ବାମୀଙ୍କୁ ନିଲମ୍ବିତ କରିଛନ୍ତି ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି ା

Related Posts