କୋଣାର୍କ : ଚନ୍ଦ୍ରଭାଗା ନିଷିଦ୍ଧାଞ୍ଚଳରୁ ଜବତ ହେଲା ଟ୍ରଲର । ମତ୍ସ୍ୟ ବିଭାଗ, ମେରାଇନ ପୁଲିସ ଓ ବନବିଭାଗ ମିଳିତ ଚଢାଉ କରି ଦୁଇଟି ଟ୍ରଲର ଜବତ କରିଛନ୍ତି I ତେବେ ଉଭୟ ଏହି ଟ୍ରଲର ମଧ୍ୟରୁ ପ୍ରାୟ ୫କ୍ୱିଣ୍ଟାଲ ମାଛ ଜବତ ହୋଇଥିବା ଜଣାପଡିଛି I

ତେବେ ଜବତ ହୋଇଥିବା ଟ୍ରଲର ଆଇଆଇଏନଡିଓଆର ଏମ ଏମ ୨୨୫ ଏବଂ ୧୬୮୨୦୧୭ । ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଭୂସ୍ବର୍ଗ ପୁରୀ ଜିଲ୍ଲା ଅସ୍ତରଙ୍ଗ, ଚନ୍ଦ୍ରଭଗା ସମୁଦ୍ର ଉପକୂଳରେ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକଣା ମଧ୍ୟରେ ଟ୍ରଲର ଧରି ମାଛ ମାରୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ନଭେମ୍ବର ପ୍ରଥମ ସପ୍ତାହରୁ ମେ ମାସ ଦୀର୍ଘ ୭ ମାସ ପର୍ଯ୍ୟନ୍ତ ଗଭୀର ସମୁଦ୍ରରେ ଟ୍ରଲର ଓ ମେସିନି ଡଙ୍ଗା ଚଳାଚଳକୁ ସମ୍ପୂର୍ଣ ଭାବେ ନିଷିଦ୍ଧ ଘୋଷଣା କରାଯାଇଛି I ଏହି ଚଢ଼ାଉରେ ମାନସ ବେହେରା, ବିରଜା ମହାପାତ୍ର ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ସାମିଲ ହୋଇଥିଲେ ।