ପୁରୀ-କୋଣାର୍କ ବାଲିଗୁଆଳି ବେଳାଭୂମିରୁ ଯୁବତୀଙ୍କ ମୃତଦେହ ଠାବ: ପୋଲିସର ତଦନ୍ତ ଆରମ୍ଭ

ପୁରୀ : ବେଳାଭୂମିରୁ ଉଦ୍ଧାର ହେଲା ଜଣେ ଯୁବତୀଙ୍କ ମୃତଦେହ । ପୁରୀ-କୋଣାର୍କ ବାଲିଗୁଆଳି ବେଳାଭୂମିରୁ ମୃତଦେହ ଠାବ ହୋଇଛି । ଏନେଇ ଖବର ପାଇବା ପରେ ମେରାଇନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ବେଳଭୂମିରେ ଜଣେ ଯୁବତୀଙ୍କ ମୃତଦେହ ଲାଗିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ମେରାଇନ୍‌ ଥାନା ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ଏବେ ଯାଏଁ ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ । ତାଙ୍କୁ ହତ୍ୟା କରାଯାଇଛି ନା ମୃତ୍ୟୁ ପଛର ଆଉ କାରଣ କଣ । ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Related Posts