ନିର୍ମାଣଧୀନ କୋଠାର ୧୭ମ ମହଲାରୁ ଖସି ପଡ଼ିଲେ ୫ ଶ୍ରମିକ: ୪ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ସଂଲଗ୍ନ ଗୁରୁଗ୍ରାମ ସେକ୍ଟର-୭୭ରେ ଘଟିଛି ଏକ ଅଘଟଣ । ନିର୍ମାଣଧୀନ କୋଠାରୁ ଖସିପଡ଼ି 4 ଶ୍ରମିକଙ୍କ ମୃତ୍ୟୁ ଘଟିଛି । କୋଠାର ୧୭ମ ମହଲାରୁ ୫ ଜଣ ଶ୍ରମିକ ଖଡ଼ି ପଡ଼ିଥିବା ବେଳେ, ଘଟଣାସ୍ଥଳରେ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଘଟଣାର ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେପ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି।

ଏସିପି ସୁରେଶ କୁମାର କହିଛନ୍ତି, ଜେଜେଆରଏସ କଣ୍ଟ୍ରାକ୍ଟରଙ୍କ ଦ୍ଵାରା ଗୁରୁଗ୍ରାମର ସେକ୍ଟର-୭୭ରେ ଏମ୍ମାର ପାମ ହିଲ୍ସ ସୋସାଇଟର କୋଠା ନିର୍ମାଣ କରାଯାଉଛି। ମଙ୍ଗଳବାର ନିର୍ମାଣ କାର୍ଯ୍ୟ ସମୟରେ କିଛି ଶ୍ରମିକ ଟାଓ୍ଵାର କ୍ରେନର ମରାମତି ପାଇଁ ଉପରକୁ ଚଢିଥିଲେ। ଏହି ସମୟରେ ୧୭ତମ ମହଲାରୁ ଖସି ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଜଣେ ଶ୍ରମିକ ୧୨ମ ମହଲାର ସୁରକ୍ଷା ଉପକରଣରେ ଫସି ଯିବାରୁ ମୃତ୍ୟୁମୁଖରୁ ଅଳ୍ପକେରୁ ବର୍ତ୍ତି ଯାଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ୍ ଅଧିକାରୀ କହିଛନ୍ତି, ମାମଲାରେ ଏଫଆଇଆର ରୁଜୁ କରାଯାଇ ଆଗାମୀ କାର୍ଯ୍ୟାନୁଷ୍ଠାନ କରାଯିବ। ତଦନ୍ତରେ କମ୍ପାନୀର ଯେଉଁ ଲୋକେ ଅବହେଳା କରିଥିବା ଧରାପଡନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related Posts