ପ୍ରାଇଭେଟ ହସ୍ପିଟାଲ ୫୦% ବେଡ କୋଭିଡ ପେସେଣ୍ଟଙ୍କୁ ଦେବେ: ତାମିଲନାଡୁ ସରକାର

tamil nadu

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅକ୍ସିଜେନ ଓ ବେଡ୍‌ର ଘୋର ଅଭାବ ଦେଖାଦେଲାଣି । ଅନେକ ସଂକ୍ରମିତ ହସ୍ପିଟାଲରେ ବେଡ୍ ଗୋଟିଏ ପାଇବା ପାଇଁ ଅସମର୍ଥ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁର ମେଡିକାଲ ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବଡ ନିଷ୍ପତ୍ତି ନେଇଛନ୍ତି । ତେବେ ସମସ୍ତ ପ୍ରାଇଭେଟ ହସ୍ପିଟାଲ ଗୁଡିକ ୫୦% ବେଡ କୋଭିଡ ପେସେଣ୍ଟଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପ୍ରାଇଭେଟ ହସ୍ପିଟାଲଗୁଡିକ କେନ୍ଦ୍ର ସରକାରଙ୍କ ପ୍ରୋଟୋକଲ ଅନୁସରଣ କରିବାକୁ ଏବଂ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରତ୍ୟେକ ଦିନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ମହାମାରୀର ଦ୍ୱିତୀୟ ଲୋହରୀରେ ସଂକ୍ରମଣ ଦୃତ ଗତିରେ ବଢିବାକୁ ଲାଗୁଛି । ଏପରି ସମୟରେ ସମସ୍ତ ବେସରକାରୀ ଓ ସରକାରୀ ହସ୍ପିଟାଲ ଗୁଡିକ ମିଶି କାମ କରିବା ଦରକାର ବୋଲି ମେଡିକାଲ ଏବଂ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ କହିଛନ୍ତି । ତାମିଲନାଡୁରେ ୧୦,୯୮୬ଟି ନୂଆ ମାମଲା ଏବଂ ୪୮ ଜଣଙ୍କର ମୃତ୍ୟୁ ଘଟିଛି । ଚେନ୍ନାଇରୁ ସର୍ବାଧିକ ମାମଲା ୩୭୧୧ ହୋଇଥିବାର ଜଣାପଡିଛି । ଚେଙ୍ଗାଲପାଟ୍ଟୁରୁ ଠାରେ ସବୁଠାରୁ ଅଧିକ ନୂତନ ୧୦୨୯ ସଂକ୍ରମିତ ଚିହ୍ନଟ କରାଯାଇଥିଲା । ଦ୍ୱିତୀୟରେ କୋଏମ୍ବାଟୁର ୬୮୬ ଏବଂ ଥିରୁଭାଲୁର ଠାରେ ନୂତନ ୫୦୮ ସଂକ୍ରମତି ଚିହ୍ନଟ ହୋଇଛନ୍ତି ।

Related Posts