୨୮ରେ ଧଉଳି ଶାନ୍ତିସ୍ତୂପର ୫୦ ତମ ଜୟନ୍ତୀ: ଯୋଗ ଦେବେ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନର ବରିଷ୍ଟ ପ୍ରତିନିଧି

ଧଉଳି : ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ ଧଉଳି ଶାନ୍ତିସ୍ତୂପର ୫୦ ତମ ଜୟନ୍ତୀ । ଏନେଇ ବେଶ୍ ଧୁମ୍ ଧାମରେ ପାଳନ ହେବ ଏହି ଜୟନ୍ତୀ ସମାରୋହ । ରବିବାର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମୁଖ୍ୟ ଶାସନ ସିଚବ ସୁରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତିର ଅତିରିକ୍ତ ମୁଖ୍ୟ ସଚିବ ମଧୁସୂଦନ ଧଉଳି ବୁଲିବା ସହ ପୁନଃବିକାଶ କାର୍ଯ୍ୟ ବୁଲି ଦେଖିଛନ୍ତି ।

ଏହି ସୁବର୍ଣ୍ଣ ଜୟନ୍ତ୍ରୀରେ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନର ବରିଷ୍ଟ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ଧଉଳି ଶାନ୍ତିସ୍ତୂପର ପୁନଃବିକାଶ ଶେଷ ପର୍ଯ୍ୟାୟରେ ପହଞ୍ଚି । ରାସ୍ତା ଆଲୋକୀକରଣ, ମାର୍ବଲ କାମ ସରିଛି । ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେବେ । ତା ପୂର୍ବରୁ ବଳକା କାମ ଶେଷ କରିବାକୁ କୁହାଯାଇଛି ।

ଧଉଳିରୁ ଶାନ୍ତି ସ୍ତୂପ ଯିବାର ୩କି.ମି ରାସ୍ତା ଆଲୋକିକରଣ ସହିତ ରାସ୍ତାର ପାଶ୍ୱର୍ରେ ପାଦଚଲା ରାସ୍ତା ନିର୍ମାଣ କରାଯାଇଛି । ଶାନ୍ତି ସ୍ତୂପର ଉଭୟ ପାଶ୍ୱର୍ରେ ଲଗାଯାଇଥିବା ପ୍ଲେଟ ଖୋଲି ସେଥିରେ ମାର୍ବଲ ପଡିଛି । ସ୍ତୂପ ଉପରକୁ ଯିବାର ପାହାଚରେ ମଧ୍ୟ ମାର୍ବଲ ଲଗାଯାଇଛି । ସ୍ତୂପର ସମ୍ମୁଖ ଭାଗରେ ଥିବା ପିଣ୍ଡିକୁ ବଢାଯାଇ ଲମ୍ବ- ୩୨ମି. ୬୦୦ ଓସାର ୧୭ମି. ୪୦୦ କରାଯାଇଛି । ଉକ୍ତ ପିଣ୍ଡିରେ ଗ୍ରାନାଇଟ ଲଗାଯାଉଛି ।

ଶାନ୍ତିସ୍ତୂପକୁ ଆଲୋକିତ କରିବା ପାଇଁ ତାହାର ଚତୁପାଶ୍ୱର୍ରେ ୯ମିଟର ଉଚ୍ଚତାର ୮ଟି ପିଲାରରେ ୪୦୦ ୱାଟ କ୍ଷମତା ବିଶିଷ୍ଟ ଲାଇଟ ଲଗାଯିବ । ତତ୍‌ ସହିତ ସ୍ତୂପର ଚତୁଃପାଶ୍ୱର୍ରେ ଥିବା ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ସମେତ ପରିସରକୁ ଆଲୋକିତ କରାଯାଉଛି । ଆଜି ସମୀକ୍ଷା ବେଳେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରମୁଖ ସଚିବ ମଧୁସୂଦନ ପାଢୀ ଓ ଓବିସିସିର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Related Posts