ବିରିୟାନୀରେ ବ୍ୟବହାର ହେଉଥିବା ମସଲା ପୁରୁଷଙ୍କ ଯୌନ କ୍ଷମତାକୁ ହ୍ରାସ କରୁଛି: ଟିଏମସି ନେତା ରବିନ୍ଦ୍ର ନାଥ ଘୋଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିରିୟାନୀ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ମସଲା ଏବଂ ଅନ୍ୟାନ୍ୟ ସର଼ଞ୍ଜାମରେ ତ୍ରୁଟି ରହିଥିବା ଦର୍ଶାଇ ପଶ୍ଚିମବଙ୍ଗ କୋଚ ବିହାରରେ ଥିବା ଦୁଇଟି ବିରିୟାନୀ ଦୋକାନ ବଳପୂର୍ବକ ଭାବେ ବନ୍ଦ କରିଦେଇଛନ୍ତି ମମତା ସରକାରର ପୂର୍ବତନ ମନ୍ତ୍ରୀ ତଥା ଟିଏମସି ନେତା ରବିନ୍ଦ୍ର ନାଥ ଘୋଷ। ମମତା ବାନାର୍ଜୀଙ୍କ ସରକାରରେ ପୂର୍ବରୁ ମନ୍ତ୍ରୀ ଥିବା ରବୀନ୍ଦ୍ର ନାଥ ଘୋଷ କହିଛନ୍ତି ଯେ, ଅନେକ ଲୋକ ଅଭିଯୋଗ କରିଛନ୍ତି କି ଏହି ଦୋକାନରେ ବିରିୟାନୀ ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଓ ମସଲା ପୁରୁଷ ମାନଙ୍କ ଯୌନ କ୍ଷମତାକୁ ହ୍ରାସ କରୁଛି।

ସେ ଆହୁରି କହିଛନ୍ତି ଯେ, ଅନେକ ଦିନ ଧରି ଏଠିକାର ଲୋକଙ୍କ ପକ୍ଷରୁ ଅଭିଯୋଗ ଆସୁଛି। ଲୋକମାନେ ଜାଣିପାରୁନାହାନ୍ତି ଯେ କେଉଁ ମସଲାରେ ବିରିୟାନୀ ତିଆରି କରାଯାଉଛି ଯାହା ପୁରୁଷଙ୍କର ଯୌନକ୍ରିୟାକୁ ରୋକିବାରେ ବାଧକ ସାଜୁଛି।

ତେବେ ସ୍ଥାନୀୟ ପୌରସଂସ୍ଥାର ସୂଚନା ଅନୁଯାୟୀ, କୁଚବିହାର ମ୍ୟୁନିସିପାଲିଟି ଅଞ୍ଚଳରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ଅନେକ ଦୋକାନ ବିରୋଧରେ ଅଭିଯୋଗ ଆସିଛି । ସେମାନେ କେତେକ ଉପାଦାନ ବ୍ୟବହାର କରୁଛନ୍ତି ଯାହା ମନୁଷ୍ୟର ପ୍ରଜନନ କ୍ଷମତା ହ୍ରାସ କରୁଛି ।

ଏନେଇ ଶ୍ରୀ ଘୋଷ କହିଛନ୍ତି ଯେ, ଏଠାରେ ବିରିୟାନୀ ବିକ୍ରି କରୁଥିବା ଦୋକାନୀ ବିହାର କିମ୍ବା ଉତ୍ତରପ୍ରଦେଶରୁ ଆସିଛନ୍ତି । ଏହି ଦୋକାନ ଗୁଡ଼ିକ ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହୁଛି । ଏଠାରେ ଲୋକେ ଅସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି । ଏଠାରେ ସେମାନେ ମଦ୍ୟପାନ କରିବା ସହିତ ପରିବେଶକୁ ମଧ୍ୟ ପ୍ରଦୂଷଣ କରୁଛନ୍ତି । ଏମାନଙ୍କ ନିକଟରେ କୌଣସି ଟ୍ରେଡ ଲାଇସେନ୍ସ ମଧ୍ୟ ନଥିବା ସେ ଅଭିଯୋଗ ଆଣିଛନ୍ତି। ଲାଇସେନ୍ସ ନଥିବାରୁ ସେମାନଙ୍କ ଦୋକାନ କୁ ବନ୍ଦ୍ କରାଯାଇଛି । ଏନେଇ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ହୋଇଛି । ଏମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି ଏନେଇ ତଦନ୍ତ କରାଯିବ ବୋଲି ଶ୍ରୀ ଘୋଷ କହିଛନ୍ତି ।

Related Posts