ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ତେଜୁଛି ଅସନ୍ତୋଷ । ସାରା ଓଡ଼ିଶାରେ ପ୍ରସଙ୍ଗକୁ ନେଇ ବିବାଦ ତେଜିବାରେ ଲାଗିଛି । ନୀଳଗିରିରେ ପୁଲିସର ବର୍ବରତା ବିରୋଧରେ ଲଗାତାର ଦ୍ୱିତୀୟ ଦିନ ଲାଗି ରାଜ୍ୟବ୍ୟାପି ପ୍ରତିବାଦ ଦେଖିବାକୁ ମିଳିଛି । ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ସବୁଠାରେ ସାମ୍ବାଦିକଙ୍କୁ ନ୍ୟାୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ । ପାରାଦୀପ, ସୁନ୍ଦରଗଡ, ରାଉରକେଲା, ଯୋଡା, ବ୍ରହ୍ମପୁର, ଓ ନବରଙ୍ଗପୁର ସମେତ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କୁ ବେଡି ପକାଇବାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଇଆଇସିଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁ୍ଷ୍ଠାନ ପାଇଁ ଦାବି କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଲୋକନାଥଙ୍କ ଗୋଡରେ ବେଡି ପକାଇବାକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ୟ୍ୟନ୍ତ ଉଦବେଗ ପ୍ରକାଶ ପାଇଛି ।

ଆଉ ଏହି ବେଡି ପକାଇବା ପାଇଁ ଆଇଆଇସି ହିଁ ଦାୟୀ । ତାଙ୍କ ନିର୍ଦ୍ଦେଶରେ ତାଙ୍କୁ ନିର୍ୟାତନା ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ ଉପରେ ଏସବୁର ବିଶେଷ କିଛି ପ୍ରଭାବ ପଡି ନାହିଁ । କେବଳ ଜଣେ ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ସେପଟେ ନୀଳଗିରିର କନକ ନ୍ୟୁଜ୍ ଓ ସମ୍ବାଦର ପ୍ରତିନିଧି ଲୋକନାଥ ଦଳେଇଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି । ସେ ହାଇବ୍ଲଡପ୍ର୍ରେସର , ଡାଇବେଟିସ ଓ ଜ୍ୱରରେ ପୀଡିତ ଥିବାରୁ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଲୋକନାଥ ଏବେ ବି ଭୟଭୀତ ଅବସ୍ଥାରେ ଅଛନ୍ତି ।

Related Posts