ନବୀନଙ୍କ ମନ୍ତ୍ରୀ ମଣ୍ଡଳର ହେବ ନବକଳେବର: ମାଗିଲେ ରିପୋର୍ଟ କାର୍ଡ

ଭୁବନେଶ୍ବର: ରାଜ୍ୟ ସରକାରଂକ ମନ୍ତ୍ରୀ ମଣ୍ଡଳର ହେବ ନବକଳେବର । କିଛି ନୂଆ ଓ ପୁରୁଣା ମନ୍ତ୍ରୀ ମାନକୁ ନେଇ ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ । ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳବଦଳ ହେବା ନେଇ ସୂଚନା ମିଳିଛି । ମନ୍ତ୍ରୀମଣ୍ଡଳରୁ ବିଦା ହେବେ ବିବାଦୀୟ ଓ ବିଭାଗ ଚଳାଇବାରେ ବିଫଳ ମନ୍ତ୍ରୀ । ଏନେଇ ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚାୟତ ନିର୍ବାଚନରେ ନେତୃତ୍ବ ଓ ଦକ୍ଷତା ପ୍ରତିପାଦନ କରିଥିବା ଯୁବ ବର୍ଗଙ୍କୁ ମିଳିବ ନବୀନଙ୍କ ନୂଆ ଟିମରେ ସ୍ଥାନ ।

ଆସନ୍ତା ମେ 29 ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ କରୁଛି । ଏହା ପୂର୍ବରୁ ନବୀନଙ୍କ ମନ୍ତ୍ରୀ ମଣ୍ଡଳର ନବକଳେବର ହେବ । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ତାହା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି । ଗତ ମାସ ମଧ୍ୟରେ ମନ୍ତ୍ରୀମାନେ ନିଜ ବିଭାଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ସଫଳ ହୋଇଛନ୍ତି ସେନେଇ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗ ଗୁଡିକର ଅଗ୍ରଗତି ନେଇ ମନ୍ତ୍ରୀମାନେ ରିପୋର୍ଟ ଦେବେ । ମନ୍ତ୍ରୀଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦକ୍ଷତା ମାପ କରିବେ । ଏହା ସହ ‘5T’ ଓ ‘ମୋ ସରକାର କାର୍ଯ୍ୟକ୍ରମ’ ସେମାନଙ୍କ ବିଭାଗରେ କିଭଳି କାର୍ଯ୍ୟକାରୀ କରାଯାଇଛି । ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି । ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ।

Related Posts