୫୩ % ଭାରତୀୟ ଅଭିଭାବକ ପିଲାଙ୍କୁ ସ୍କୁଲ୍ ପଠାଇବା ପାଇଁ ଇଚ୍ଛୁକ, ଜୁନ୍ ମାସ ତୁଳନାରେ ୨୦ % ବୃଦ୍ଧି : ସର୍ଭେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍ ମହାମାରୀ ଭୟାବହତା ଯୋଗୁଁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି। ଯେଉଁ ପିଲା ମାନଙ୍କ ପାଖରେ ଅନଲାଇନ କ୍ଲାସ କରିବାର ସବୁଧା ଅଛି ସେମାନେ ପାଠ ପଢୁଛନ୍ତି। କିନ୍ତୁ ଅଧିକାଂଶ ପିଲା ପାଠ ପଢାରୁ ବଞ୍ଚିତ ହେଉଛନ୍ତି। ନିକଟରେ ଲୋକାଲ୍ ସର୍କଲ୍ସ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଦେଶର ପ୍ରାୟ 53% ପିତାମାତା ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ସ୍କୁଲ ଖୋଲିବା ସପକ୍ଷରେ ଥିବାବେଳେ 44% ଏହାକୁ ବିରୋଧ କରୁଛନ୍ତି।

ତେବେ ଏହି ସର୍ଭେ ରିପୋର୍ଟ ଜୁନ୍ ମାସରେ ହୋଇଥିବା ସର୍ଭେର ସମ୍ପୂର୍ଣ୍ଣ ବିପରୀତ ଅଟେ। ଜୁନ୍ ମାସରେ ହୋଇଥିବା ସର୍ଭେ ଅନୁଯାୟୀ 76% ପିତାମାତା ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଚାହୁଁନଥିଲେ, ଯାହା ଗତ ଦୁଇ ମାସ ମଧ୍ୟରେ ପ୍ରାୟ 30% ହ୍ରାସ ପାଇଛି ଏବଂ ପରେ ମାତ୍ର 20% ଚାହୁଁଛନ୍ତି। ତେବେ ସଦ୍ୟତମ ସର୍ଭେ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି, ଲୋକାଲ୍ ସର୍କଲ ଭାରତର 378 ଟି ଜିଲ୍ଲାର 24,000 ପିତାମାତାଙ୍କ ଠାରୁ 47,000 ରୁ ଅଧିକ ପ୍ରତିକ୍ରିୟା ଗ୍ରହଣ କରିଛି। ସର୍ଭେରେ ଭାଗ ନେଇଥିବା ଅଂଶଗ୍ରହଣକାରୀମାନଙ୍କ ମଧ୍ୟରୁ ପ୍ରାୟ 66 ପ୍ରତିଶତ ପୁରୁଷ ହୋଇଥିବାବେଳେ 34 ପ୍ରତିଶତ ମହିଳା ଥିଲେ।

ଏହି ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଭାବକମାନେ ଚାହୁଁଛନ୍ତି ଯେ ସ୍ଥାନୀୟ ପ୍ରଶାସନ ବିଦ୍ୟାଳୟର ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କୁ ଟୀକାକରଣ କରନ୍ତୁ। ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଜିଲ୍ଲା ପ୍ରଶାସକମାନେ ମାଗଣା ଟୀକାକରଣ ଶିବିର ଆୟୋଜନ କରି ଟୀକା କରଣ କରିବା ଉଚିତ କି ନାହିଁ ପଚରାଯାଇଥିଲା । ଏହାର ଉତ୍ତରରେ, 89 ପ୍ରତିଶତ ପିତାମାତାଙ୍କ ମଧ୍ୟରୁ ଅଧିକାଂଶ ଏଥିରେ ସହମତି ଜଣାଇଥିଲେ। 

 ଆମେରିକୀୟ କନଫେରନ୍ସ ଅଫ୍ ଗଭର୍ଣ୍ଣମେଣ୍ଟ ଇଣ୍ଡଷ୍ଟ୍ରିଆଲ୍ ହାଇଜିନ୍ଷ୍ଟସ୍ (ACGIH) ଦ୍ବାରା ପ୍ରକାଶିତ ତଥ୍ୟରେ  ଦର୍ଶାଯାଇଛି ଯେ N95 ମାସ୍କ ବ୍ଯବହାର କରିବା ସହିତ ଛଅ ଫୁଟ ଦୂରତା ରକ୍ଷା କରି ବସିବା ଦ୍ବାରା ସଂକ୍ରମଣ ବିସ୍ତାର ହେବା ପାଇଁ 677 ଘଣ୍ଟା ଆବଶ୍ୟକ ହୋଇଥାଏ। 

ସ୍କୁଲ ଖୋଲିବା ପ୍ରସଙ୍ଗରେ ଏଥିରେ କୁହାଯାଇଛି ଯେ , ‘ବିଦ୍ୟାଳୟଗୁଡିକରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଯେତେ ଦୂରତା, ସାନିଟାଇଜର ଏବଂ N-95 ମାସ୍କ ବାଧ୍ୟତାମୂଳକ କରାଯାଏ ଏବଂ କୌଣସି ବିରତି କିମ୍ବା ମଧ୍ୟାହ୍ନ ଭୋଜନ ବିରତି ନଦିଆଯାଏ ଏବଂ ସ୍କୁଲ୍ ଖୋଲିବା ଅବଧି 3 ଘଣ୍ଟା ମଧ୍ୟରେ ସୀମିତ ରୁହେ ତେବେ ସଂକ୍ରମଣର କିଛି ପରିମାଣରେ ହ୍ରାସ ପାଇ ପାରେ। 

ଏହି ଅନୁସନ୍ଧାନ ବ୍ୟତୀତ, 74% ଅଭିଭାବକଙ୍କ ମତ ହେଉଛି ଯେ ସରକାର ନିଶ୍ଚିତ କରିବା ଉଚିତ ଯେ ଜିଲ୍ଲା ପ୍ରଶାସନ ନିୟମିତ ଭାବରେ ବିଦ୍ୟାଳୟଗୁଡ଼ିକୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସୁନିଶ୍ଚିତ କରିବ। ମେ ଏବଂ ଜୁନ୍ ମାସର ପିକ୍ ତୁଳନାରେ ଦେଶରେ କୋଭିଡ ମାମଲାରେ କ୍ରମାଗତ ହ୍ରାସ ଘଟିଥିବାରୁ ଅନେକ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ 26 ରୁ ଓଡିଶାରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବାବେଳେ କର୍ଣ୍ଣାଟକରେ ଅଗଷ୍ଟ 25 ରୁ ନବମ ଏବଂ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ସେହିପରି ଛତିଶଗଡ଼ରେ ଅଗଷ୍ଟ 2 ରୁ 50 ପ୍ରତିଶତ କ୍ଷମତା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିଛି।

Related Posts