ଏୟାରପୋର୍ଟରେ ମିଳିବନି ୫ଜି ସେବା: ଟେଲିକମ୍ ଡିପାର୍ଟମେଣ୍ଟ

ନୂଆଦିଲ୍ଳୀ : ଦେଶରେ ଆରମ୍ଭ ହୋଇଛି ୫ଜି ସେବା । ଧିରେ ଧିରେ ଏହି ସେବା ଗୋଟିଏ ପରେ ଗୋଟିଏ ରାଜ୍ୟରେ ଲାଗୁ ହେବା ପରେ ଏହାରି ମଧ୍ୟରେ ଟେଲିକମ୍ କମ୍ପାନୀ ମାନଙ୍କୁ ବିମାନବନ୍ଦର ରନଓ୍ବେର ଉଭୟ ପାର୍ଶ୍ବରେ ୨ କିଲୋମିଟର ପର୍ଯ୍ୟନ୍ତ ୫ଜି ସେବା ନଦେବାକୁ ନର୍ଦେଶ ଦେଇଛି ଟେଲିକମ୍ ଡିପାର୍ଟମେଣ୍ଟ। ଏହା ସହ ରନଓ୍ବେର ୯୧୦ ମିଟର ପର୍ଯ୍ୟନ୍ତ କମ୍ପାନୀ ସେବା ଦେଇପାରିବେନାହିଁ।

ଟେଲିକମ୍ କମ୍ପାନୀମାନେ ଜୋର୍‌ସୋର୍‌ରେ ୫ଜି ସେବା ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଭାରତୀ ଏୟାରଟେଲ୍ ଦେଶର ପାଞ୍ଚ ଏୟାରପୋର୍ଟରେ ୫ଜି ସେବା ଦେବା ନେଇ ଘୋଷଣା କରିସାରିଛି। ପ୍ରକୃତରେ ୫ଜି ସିଗ୍ନାଲ ଯୋଗୁଁ ବିମାନର ଅଲ୍ଟିମିଟର ପ୍ରଭାବିତ ହୋଇଥାଏ। ଟେଲିକମ୍ ଡିପାର୍ଟମେଣ୍ଟ ଡିଜିସିଏକୁ ବିମାନର ଅଲ୍ଟିମିଟରକୁ ଯଥାଶୀଘ୍ର ବଦଳାଇବାକୁ କହିଛନ୍ତି। ଏହାର ଅର୍ଥ ଯଦି ଆପଣ ବିମାନରେ ବସିଛନ୍ତି ତେବେ​‌ ଆପଣଙ୍କୁ ୫ଜି ସେବା ମିଳିବନାହିଁ। ଏହା ସହ ଭାରତରେ ଏଭଳି ଅନେକ ଏୟାରପୋର୍ଟ ରହିଛି ଯେଉଁଠାରେ ୫ଜି ସର୍ଭିସ ଦେବା ସହଜ ନୁହେଁ।

ତେବେ ଏହି ୨ କିଲୋମିଟର ସୀମା ପରେ ଏବଂ ୫୪୦ ମିଟର ପରିଧି ମଧ୍ୟରେ ୫ଜି ବେସ୍ ଷ୍ଟେସନ ସ୍ଥାପନ୍ କରିପାରିବେ କମ୍ପାନୀମାନେ। କିନ୍ତୁ ଏଥିରେ ମଧ୍ୟ କିଛି ପ୍ରତିବନ୍ଧକ ରହିଛି । ଏହା ନିର୍ଦେଶ ସେ ପର୍ଯ୍ୟନ୍ତ ଲାଗୁ ରହିବ ଯେଉଁପର୍ଯ୍ୟନ୍ତ ସବୁ ବିମାନର ଅଲ୍ଟିମିଟର ପରିବର୍ତ୍ତନ କରାଯାଇନାହିଁ। ଏହାର ଅର୍ଥ ବର୍ତ୍ତମାନ ବିମାନ ବନ୍ଦର ଆଖପାଖ ଅଞ୍ଚଳରେ ୫ଜି ସେବା ମିଳିବନାହିଁ।ତେବେ ଉଚିତ୍ ସମୟ ମଧ୍ୟରେ ପରିବର୍ତ୍ତିତ କରାଯିବ ବୋଲି ଡିଜିସିଏ ତରଫରୁ କୁହାଯାଇଛି।

Related Posts