ବାଲିପାଟଣା ରେ ସରକାରୀ ଜାଗା ଦଖଲକୁ ନେଇ ମାରପିଟ: 6 ଆହତ

ଭୁବନେଶ୍ଵର: ବାଲିପାଟଣା ଥାନା ମହୁଖଣ୍ଡା ଗ୍ରାମରେ ହିଂସା । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ରକ୍ତାକ୍ତ ହୋଇପଡିଛି ଗାଁ ଦାଣ୍ଡ । ଗୋଟିଏ ପରିବାରକୁ ମାଡ ମାରିଛନ୍ତି ପଡ଼ୋଶୀ । ଫଳରେ ଏହି ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣ ଗୁରୁତର ହୋଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ମହୁଖଣ୍ଡା ଗ୍ରାମରେ ଏକ ସରକାରୀ ଅନାବାଦି ଜାଗାର ସେଠୀ ପରିବାର ଦଖଲରେ ଥିଲେ । ସେହି ଜାଗାରେ ଦୋଳ ବିମାନରେ ଠାକୁର ଭୋଗ ଖାଇବା ପାଇଁ ରାଉତ ଘରକୁ ଯାଉଥିଲେ । ହେଲେ ଉକ୍ତ ଜାଗା ଦେଇ ଦୋଳ ବିମାନ ନେବାପାଇଁ ସେଠୀ ପରିବାର ବାରଣ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ପ୍ରଥମେ ଯୁକ୍ତିତର୍କ ଏବଂ ପରେ ମାରପିଟ୍ ହୋଇଥିଲା । ବାଉଁଶରେ ରାଉତ ପରିବାରଙ୍କ ମାଡ଼ରେ ସେଠୀ ପରିବାରର ୬ ଜଣ ଆହାତ ହୋଇଥିଲେ । ଆହାତଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

Related Posts