ଫୁଲ କୋବି ଖାଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫୁଲ କୋବି ଖାଇ ସ୍ୱାମୀ-ସ୍ତ୍ରୀ ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ହଲାପଙ୍କା ଗାଁରେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି । ଜାବିତ୍ର ନିଜ ବାଡ଼ିରେ ଫୁଲ କୋବି ଚାଷ କରିଛନ୍ତି ।

ଗତ କିଛି ଦିନ ତଳେ ଫୁଲ କୋବିରେ କୀଟନାଶକ ସିଞ୍ଚନ କରିଥିଲେ । ଗତକାଲି କୋବି ବାହାର କରି ଘରେ ରୋଷେଇ କରି ଖାଇଥିଲେ । ଏହାପରେ ସେମାନେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ବର୍ତ୍ତମାନ ମୋହନା ମେଡିକାଲ ରେ ସେମାନଙ୍କ ଚିକିତ୍ସା ଚାଲିଛି । ଏ ଖବର ସାରା ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts