ଭୁବନେଶ୍ୱର,୧୮/୯(ସତ୍ୟପାଠ ବ୍ୟୁରୋ): କୋଣାର୍କ ସୂର୍ଯ୍ୟମନ୍ଦିରରେ ୬ଜଣିଆ ଏଏସଆଇ ଟିମ୍ ଅନୁଧ୍ୟାନ କରୁଛନ୍ତି। ଏହାପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନୁଧ୍ୟାନ କରିବେ। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସଆଇ ଟିମ୍ ମନ୍ଦିର ପରିସରରେ ଅନୁଧ୍ୟାନ ଜାରି ରଖିଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢା ସ୍ଥିତି ନେଇ ଅନୁଧ୍ୟାନ କରୁଛନ୍ତି ଟିମ୍। ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ ହୋଇଥିଲା।
ଦୁଇ ବର୍ଷ ହେବ କାମ ଆରମ୍ଭ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଉତ୍ତର-ପଶ୍ଚିମ କୋଣ ଓ ଦକ୍ଷିଣ ପଶ୍ଚିମ କୋଣରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ପ୍ରଥମ ଆଇରନ ସିଡି ନିର୍ମାଣ କାମ ଶେଷ ହୋଇଛି। ବାଲି କାଢିବା କାମ ସମୂର୍ଣ୍ଣ ବନ୍ଦ ରହିଥିବାରୁ ପ୍ଲାଟଫର୍ମ ନିର୍ମାଣ କାମ ପରେ ମନ୍ଦିରର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢରେ ଗର୍ଭଗୃହକୁ ପ୍ରବେଶ ପାଇଁ ଏକ ଗର୍ତ୍ତ ଖୋଳାଯିବ। ସେହିବାଟରେ ଗର୍ଭଗହରୁ ବାଲି କଢାଯିବ।





