ଜମ୍ମୁକାଶ୍ମୀର (ସତ୍ୟପାଠବ୍ୟୁରୋ): ଜମ୍ମୁ ଓ କାଶ୍ମୀରରେ ବଡ଼ ଅଘଟଣ ଘଟିଛି। କଠୁଆ ସ୍ଥିତ ସିଆଇଏସ୍‌ଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ ହୋଇଛି। ସାଥି ଯବାନଙ୍କ ଉପରକୁ ଗୁଳି କଲେ ଜଣେ ହେଡ୍‌ କନଷ୍ଟେବଳ। ଏଥିରେ ୪ ଜଣ ସିଆଇଏସ୍‌ଏଫ୍ ଯବାନଙ୍କ ମୃତ୍ୟୁ ହୋଇଛି । ସିୱା-୨ ହାଇଡ୍ରୋଲିକ ପ୍ରୋଜେକ୍ଟରେ ମୁତୟନ ୨୦୦୯ ବ୍ୟାଚ୍ ହେଡ କନଷ୍ଟେବଳ ବଚସା ପରେ ଉତକ୍ଷିପ୍ତ ହୋଇ ସାଥି ଯବାନଙ୍କୁ ଗୁଳି କରିଥିଲେ । ଅଭିଯୁକ୍ତ ହେଡ୍ କନଷ୍ଟେବଳଙ୍କୁ ପୁଲିସକୁ ହସ୍ତାନ୍ତର ପରେ ତାଙ୍କୁ ଗିରଫ କରାଯାଇଛି । ଘଟଣାର ଆଭ୍ୟନ୍ତରୀଣ ଯାଞ୍ଚ ଆରମ୍ଭ କରିଛି ସିଆଇଏସ୍‌ଏଫ୍ ।