ରାଜ୍ୟରେ ପୁଣି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି

ରାଜ୍ୟରେ 65 ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ । ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ହୋଇଥିବା 65 ନୂଆ କରୋନା ଆକ୍ରାନ୍ତ ରୋଗୀଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 737ରେ ପହଁଞ୍ଚିଲା

ଏମାନଙ୍କ ମଧ୍ୟରୁ ୬୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୩ଜଣ ହୋମ୍ କ୍ବାରେଣ୍ଟାଇନରେ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଯାଜପୁର ଜିଲ୍ଲାରୁ ୩୧, ଗଞ୍ଜାମ ଜିଲ୍ଲାରୁ ୧୩, ପୁରୀରୁ ୪, ଭଦ୍ରକରୁ ୬ , ଖୋର୍ଦ୍ଧା ଜିଲ୍ଲାରୁ ୩, ମୟୂରଭଞ୍ଜ ଓ ନୟାଗଡରୁ ୨ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଓ କଟକ ଜିଲ୍ଲାରୁ ୬ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି।

ଏହାଫଳରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୭୭, ବାଲେଶ୍ବରରେ ୧୦୨, ଯାଜପୁରରେ ୧୨୧ , ସୁନ୍ଦରଗଡ଼ରେ ୨୫ , ପୁରୀରେ୧୮, କେନ୍ଦ୍ରାପଡ଼ାରେ ୨୬. ଅନୁଗୁଳରେ ୧୫,ଖୋର୍ଦ୍ଧାରେ ୫୬, ଦେବଗଡ଼ରେ ୨ , ଭଦ୍ରକରେ ୪୬, ନୟାଗଡ଼ରେ ୬, ମୟୂରଭଞ୍ଜ ଜିଲ୍ଲାରେ ୧୧, କଟକ ଜିଲ୍ଲାରେ ୧୦  ଓ  ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି।

ଏଣେ ଏବେ ବାଲେଶ୍ବର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା  ୧୦୨ରେ,  ଭଦ୍ରକ ୪୬ରେ , ସୁନ୍ଦରଗଡ଼ରେ ୨୬,  ଅନୁଗୁଳରେ ୧୫,  , ବୌଦ୍ଧ, କେନ୍ଦୁଝର  ଜିଲ୍ଲାରେ ୪ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ ୨୧ଟି ଜିଲ୍ଲା ଏବେ କରୋନା କବଳରେ ରହିଥିବା ବେଳେ ଆଜି ଆଉ କୌଣସି ନୂତନ ଜିଲ୍ଲା ଏଥିରେ ସାମିଲ ହୋଇନାହିଁ।

Related Posts