69ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା, ଆଲିଆ ଭଟ୍ଟ ଓ କ୍ରିତି ସାନନ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ

ଘୋଷଣା ହେଲା ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର | ଭାରତ ସରକାରଙ୍କ ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି। ଆଉ ତାଲିକା ଅନୁସାରେ ସାଉଥ ଷ୍ଟାର ଆଲୁ ଅର୍ଜୁନ ପୁଷ୍ପା ଫିଲ୍ମ ପାଇଁ ପାଇବେ ଶ୍ରେଷ୍ଠ ଅଭିନେତା ପୁରସ୍କାର। ସେହିପରି ଦୁଇ ଜଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବ। ଗକଙ୍ଗୁବାଈ କାଠିୱାଡ଼ା ପାଇଁ ଆଲିଆ ଭଟ୍ଟ ଓ ମିମି ପାଇଁ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯିବ।

ସେହିପରି ଭିକ୍କି କୌଶଲଙ୍କ ଅଭିନୀତି ସର୍ଦ୍ଦାର ଉଦ୍ଧମ ଶ୍ରେଷ୍ଠ ସିନେମା ପୁରସ୍କାର ଜିତିଛି। ଆରଆରଆର ସବୁ ଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ପାଇବ। ଜାତୀୟ ସଂହତି ପାଇଁ ଦି କଶ୍ମୀର ଫାଇଲ୍ସକୁ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମିମି ଫିଲ୍ମ ପାଇଁ ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଓ କଶ୍ମୀର ଫାଇଲ୍ସ ପାଇଁ ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ମିଳିବ। ସେହିପରି ମରାଠି ଫିଲ୍ମ ଗୋଦାବରୀ ପାଇଁ ନିଖିଲ ମହାଜନ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ |

ସେପଟେ ଶ୍ରେୟା ଘୋସାଲ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ କାଲ ବୈରଭଙ୍କୁ ଶ୍ରେୟ ଗାୟକ ସମ୍ମାନ ମିଳିବ। ପୁଷ୍ପା ପାଇଁ ଦେବୀ ଶ୍ରୀପ୍ରସାଦ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ପାଇବେ |

ସେହିପରି ପ୍ରତୀକ୍ଷାକୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିବ। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଏହି ଫିଲ୍ମ ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।ଏପରି କି ବଲିଉଡ଼ର ବର୍ଷିଆନ ଅଭିନେତା ଅନୁପମ ଖେର ଏହାର ରି-ମେକ ହିନ୍ଦୀ ଭାଷାରେ କରିବେ ବୋଲି କହିଥିଲେ। ଏବେ ଏହି ଫିଲ୍ମକୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନୀତ କରାଯିବ।

Related Posts