ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ଆଉ ୭୫ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଗତକାଲି ଦଳ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା।

ହେଲେ ଆଜି ୭୫ଟି ବିଧାନସଭା ଆସନରେ ଦଳ ପାଇଁ କିଏ ପ୍ରାର୍ଥୀ ହେବେ, ତା’ର ତାଲିକା ସାର୍ବଜନୀନ କରିଛି।ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ଭଣ୍ଡାରୀପୋଖରୀରୁ ଲଢ଼ିବେ। ସେହିପରି ଆନନ୍ଦପୁରରୁ ପୁଣି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି। ସେପଟେ ଅସିତ ପଟ୍ଟନାୟକଙ୍କୁ ଦଳ ଭଦ୍ରକରୁ ପ୍ରାର୍ଥୀ କରିଛି। କିଛି ଦିନ ତଳେ ସେ କଂଗ୍ରେସରେ ମିଶିଥିଲେ।

ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିଟାରିଆ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ନୂଆ ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ ୨ରେ ଦଳ ୪୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ପ୍ରବୋଧ ଓ ସୁରଦାଙ୍କୁ ଟିକେଟ ଦେଇଥିଲା। ସେମାନେ ମଧ୍ୟ ପ୍ରଚାର କରିଥିଲେ। ହେଲେ ଉଭୟଙ୍କ ଟିକେଟକୁ ଦଳ କାଟି ଦେଇଛି। ପୂର୍ବରୁ ଦଳ ୪୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।

କଂଗ୍ରେସର ପ୍ରାର୍ଥୀ ତାଲିକା

ଅତାବିରା- ଅଭିଷେକ ସେଠ୍‌

ତଳସରା- ଦେବେନ୍ଦ୍ର ଭିଟାରିଆ

କୁଚିଣ୍ଡା- କେଦାରନାଥ ବରିହା

ରେଙ୍ଗାଲି- ଦିଲୀପ ଦୁରିଆ

ସମ୍ବଲପୁର- ଦୁର୍ଗା ପ୍ରସାଦ ପାଢ଼ୀ

ରେଢ଼ାଖୋଲ- ଅସଫ ଅଲ୍ଲୀ ଖାନ୍‌

ଦେବଗଡ଼- ସେମ୍‌ ହେମ୍ବ୍ରମ୍‌

ତେଲକୋଇ- ନିର୍ମଳ ଚନ୍ଦ୍ର ନାୟକ

ଘସିପୁରା- ସୁବ୍ରତ ଚକ୍ର

ଆନନ୍ଦପୁର- ଜୟଦେବ ଜେନା

ପାଟଣା- ହୃଷିକେଶ ନାଏକ

କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାଏକ

ଚମ୍ପୁଆ- ଯଶୋବନ୍ତ ଲାଘୁରୀ

ଯଶୀପୁର- ଶ୍ୱେତା ଚତ୍ତର

ସାରସକଣା- ରାମକୁମାର ସୋରେନ

ରାଇରଙ୍ଗପୁର- ଯୋଗେନ୍ଦ୍ର ବନ୍‌ରା

ବାଙ୍ଗିରିପୋଷି- ମୁରଲୀଧର ନାଏକ

କରଞ୍ଜିଆ- ଲକ୍ଷ୍ମୀଧର ସିଂହ

ଉଦଳା- ଦୁର୍ଗାଚରଣ ଟୁଡୁ

ବାରିପଦା- ବାଦଲ ହେମ୍ବ୍ରମ୍‌

ମୋରଡ଼ା- ପ୍ରଭାସ କରମହାପାତ୍ର

ଭୋଗରାଇ- ସତ୍ୟଶିବ ଦାସ

ବସ୍ତା- ବିଜନ ନାୟକ

ରେମୁଣା- ସୁଦର୍ଶନ ଜେନା

ସୋର- ସୁବ୍ରତ ଧଡ୍ଡା

ସିମୁଳିଆ- ହିଂମାଶୁ ଶେଖର ବେହେରା

ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ

ଭଦ୍ରକ- ଅସିତ ପଟ୍ଟନାୟକ

ବାସୁଦେବପୁର- ଅଶୋକ ଦାସ

ଧାମନଗର- ରଞ୍ଜନ ବେହେରା

ଚାନ୍ଦବାଲି- ଅମୀୟ ମହାପାତ୍ର

ବିଞ୍ଝାରପୁର- କନକଲତା ମଲ୍ଲିକ୍‌

ବରୀ- ଆରତି ଦେଓ

ଧର୍ମଶାଳା- କିଶନ ପଣ୍ଡା

ଯାଜପୁର- ସୁଦୀପ କର

କୋରେଇ- ବନ୍ଦିତା ପରିଡ଼ା

ଢେଙ୍କାନାଳ- ସୁସ୍ମିତା ସିଂଦେଓ

ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାୟକ

କାମାକ୍ଷାନଗର- ବିପ୍ରବର ସାହୁ

ପରଜଙ୍ଗ- ରଞ୍ଜିତ କୁମାର ସାହୁ

ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ

ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ

ଛେଣ୍ଡିପଦା- ନରୋତ୍ତମ ନାୟକ

ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ

ବୀରମହାରାଜପୁର- ପ୍ରଦୀପ ସେଠୀ

ସୋନପୁର- ପ୍ରିୟବ୍ରତ ସାହୁ

ଟିଟିଲାଗଡ଼- ବୀରେନ୍ଦ୍ର ବାଗ୍‌

ଖଡ଼ିଆଳ- କମଳ ଚରଣ ତାଣ୍ଡି

ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ

ବଡ଼ମ୍ବା- ସଞ୍ଜୟ କୁମାର ସାହୁ

ବାଲିଗୁଡ଼ା- ଉପେନ୍ଦ୍ର ନୂଆ ପ୍ରାର୍ଥୀ

ବାଙ୍କୀ- ଦେବାଶିଷ ପଟ୍ଟନାୟକ

ଆଠଗଡ଼- ମେହବୁବ ଅହମ୍ମଦ ଖାନ୍‌

ଚୌଦ୍ୱାର କଟକ- ମୀରା ମଲ୍ଲିକ

ନିଆଳି- ଜ୍ୟୋତିରଂଜନ ମଲ୍ଲିକ୍‌