ଆତ୍ମସମର୍ପଣ କଲେ ୮ଜଣ ନକ୍ସଲ

ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ଆଜି ୮ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ଅଧିକାରୀ ଏବଂ ସିଆରପିଏଫ ଅଧିକାରୀଙ୍କ ଉପସ୍ଥିତିରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ବେଟ୍ଟି ପାଲୀ ଏବଂ କୋୟରାମ ସାମ୍ମିଙ୍କ ନାମରେ ସରକାର ୮ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷିତ କରିଥିଲେ । ପଡିଆମି ପିକୁ ଏବଂ ରାବା ଭୀମ ନାମରେ ସରକାର ୧ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ ।

Related Posts