ବିଜେଡିର ନୂଆ ମିଡିଆ ଟିମ୍ ଘୋଷଣା: ପଢ଼ନ୍ତୁ କେଉଁ ନେତା ଅଛନ୍ତି ତାଲିକାରେ….

ନୂତନ ଗଣମାଧ୍ୟମ ଟିମ୍ ଗଠନ କରିଛି ବିଜୁ ଜନତା ଦଳ । ପୁରୁଣା ତାଲିକାକୁ ପରିବର୍ତ୍ତନ କରି ନୂଆ ତାଲିକା ପ୍ରକାଶ କରିଛି ବିଜେଡ଼ି । ବିଜେଡ଼ି ସରକାର ଶାସନରେ ଥିବା ସମୟରେ ଗଣମାଧ୍ୟମ ସାମ୍ନାରେ ଉତ୍ତର ରଖିବା ପାଇଁ ନୂଆ ନେତାଙ୍କ ଉପରେ ଗୁରୁଦାୟିତ୍ୱ ନ୍ୟସ୍ତ କରଛନ୍ତି ବିଜେଡ଼ି ସୁପ୍ରିମୋ । ବିଭିନ୍ନ ପ୍ରସଙ୍ଗକୁ ନେଇ  ତର୍କ ମାଧ୍ୟମରେ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିବେ ଏହି ନେତା ।

ମିଡିଆ କୋର୍ଡିନେଟର ଭାବେ ଡକ୍ଟର ସମ୍ବିତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ସାଂସଦ ପୀନାକି ମିଶ୍ର, ସାଂସଦ ଅନୁଭବ ମହାନ୍ତି, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁଙ୍କୁ ଜାତୀୟସ୍ତରର ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରଶାନ୍ତ ନନ୍ଦ, ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ବ୍ୟୋମୋକେଶ ରାୟ, ସୁବାସ ଚୌହାନ, ସୁବାସ ସିଂ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଲେନିନ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ବେତା ସ୍ନିଗ୍ଧାମିଶ୍ର, ଭରଦ୍ବାଜ ମିଶ୍ର ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି ।

ମିହିର ମହାନ୍ତି, ସନ୍ତୋଷ ଲେଙ୍କା, ବିଶ୍ବଜିତ ମହାନ୍ତି, ସଞ୍ଜୟ ସାହୁ, ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାସ, ଓମ୍ ପ୍ରକାଶ ସାହୁଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି ।

Related Posts