ନେଟଫ୍ଲିକ୍ସ ବିରୋଧରେ ହିନ୍ଦୁଙ୍କୁ ବଦନାମ କରିଥିବା ଅଭିଯୋଗ, ଥାନାରେ ମାମଲା

ଭାରତ ଓ ହିନ୍ଦୁଙ୍କୁ ବଦନାମ କରିବା ଭଳି ଘଟଣାରେ ଛନ୍ଦି ହୋଇଛି ନେଟଫ୍ଲିଂକ୍ସ । ଫଳରେ କମ୍ପାନୀ ବିରୋଧରେ ଶିବସେନା ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ଶିବସେନାର ଆଇଟି ସେଲ୍ ସଦସ୍ୟ ରମେଶ ସୋଲଙ୍କି ଏହି ଏଫଆଇଆର ରୁଜୁ କରିଛନ୍ତି । ଯେଉଁଥିରେ ନେଟଫ୍ଲିକସରେ ହିନ୍ଦୁଙ୍କ ବିରୋଧରେ ଦୁଷ୍ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ହୋଇଛି ଯେ ନେଟଫ୍ଲିକ୍ସ ଏହାର ସୋ ସାକ୍ରେଡ ଗେମ୍ସ, ଲୈଲା ଓ ଘଉଲ ମାଧ୍ୟମରେ ଭାରତ ଓ ହିନ୍ଦୁ ଧର୍ମକୁ ବାରମ୍ବାର ଅପମାନ କରିବାକୁ ଚେଷ୍ଟା କରୁଛି | ବିଶ୍ୱ ସ୍ତରରେ ଭାରତର ଛବିକୁ ମଳିନ କରିବାକୁ ଏହି ସଂସ୍ଥା ଚେଷ୍ଟା କରୁଥିବାର ଏତଲାରେ ଦର୍ଶାଯାଇଛି | ଆମେରିକାର ଏହି କମ୍ପାନୀର ଭାରତରେ ବେଶ ଦର୍ଶକ ରହିଛନ୍ତି |

Related Posts