୯୩ ପ୍ରତିଶତ ବିଦ୍ୟାର୍ଥୀଙ୍କ ପିତା ମାତାଙ୍କ ମତ , ପିଲାଙ୍କ ପାଠପଢା ପାଇଁ ଉତ୍କୃଷ୍ଟ ପ୍ରଣାଳୀ ଅନଲାଇନ ନୁହେଁ ପାରମ୍ପରିକ ଶିକ୍ଷାଦାନ : ସର୍ଭେ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ୯୩ ପ୍ରତିଶତ ବିଦ୍ୟାର୍ଥୀଙ୍କ ପିତା ମାତାଙ୍କ ମତ ହେଉଛି ସେମାନଙ୍କର ପିଲାଙ୍କ ପାଇଁ ପାରମ୍ପରିକ ପାଠପଢା ହେଉଛି ସବୁଠାରୁ ଉତ୍କୃଷ୍ଟ ପ୍ରଣାଳୀ। ଦେଶର ୩୦ଟି ପ୍ରମୁଖ ସହରର ପିତାମାତା, ଛାତ୍ର ଏବଂ ପ୍ରାୟ ୭୦ ଜଣ ଶିକ୍ଷାବିତଙ୍କ ସମେତ ୫୦୦୦ ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଛି। ଏହି ସର୍ଭେ ଅନୁଯାୟୀ ୯୩ ପ୍ରତିଶତ ପିତାମାତା ଦୃଢ ଭାବରେ ବିଶ୍ୱାସ କରନ୍ତି ଯେ ବ୍ୟକ୍ତିଗତ ପାରସ୍ପର ମଧ୍ୟରେ ବାର୍ତ୍ତାଳାପ, ଲେଖା ଏବଂ ଶିକ୍ଷା ଏବଂ ବ୍ୟବହାରିକ ଶିକ୍ଷା ଭଳି ପାରମ୍ପାରିକ ଶିକ୍ଷଣ ପ୍ରଣାଳୀ ସର୍ବୋତ୍ତମ ଅଟେ । ସର୍ଭେରେ ଭାଗ ନେଇଥିବା ଲୋକଙ୍କ ଅନୁଯାୟୀ ସେମାନେ ସେମାନଙ୍କର ପିଲାମାନଙ୍କର ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଚିନ୍ତିତ ଥିଲେ ।

ଫିଡବ୍ୟାକ୍ ଇନ୍ସାଇଟ୍ସ, B2B2C ଅନୁସନ୍ଧାନ-ଆଧାରିତ ପରାମର୍ଶଦାତା ସଂସ୍ଥା, ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇଏସବି) ରେ ଥିବା ସେଣ୍ଟର ଫର ଇନୋଭେସନ୍ ଆଣ୍ଡ ଏଣ୍ଟରପ୍ରାଇଜର୍ସିପ୍ (CIE) ସହିତ ମିଳିତ ଭାବେ ଏହି ସର୍ଭେ କରିଥିଲା। ଏହି ସର୍ଭେ ରିପୋର୍ଟର ନାମ ହେଉଛି ‘ମହାମାରୀ ସମୟରେ ସ୍କୁଲ୍ (Schooling in the time of pandemic)। ଅନଲାଇନ୍ ପାଠପଢା ଛାତ୍ରଛାତ୍ରୀଙ୍କ ବିକାଶର ବିଭିନ୍ନ ଦିଗ ଉପରେ ପ୍ରଭାବ ପକାଇଛି ।

ସର୍ଭେ ଅନୁଯାୟୀ, ପ୍ରାୟ ୩୩% ପିତାମାତା ଅନଲାଇନ୍ ଶିକ୍ଷାର ପ୍ରଭାବ ଏବଂ ଭବିଷ୍ୟତରେ କିପରି ଏକ ଭର୍ଚୁଆଲ୍ ଶିକ୍ଷା ସେମାନଙ୍କ ପିଲାଙ୍କ ପ୍ରତିଯୋଗୀତା ବାଧା ସୃଷ୍ଟି କରିବ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ୩୬ % ପିତାମାତା ସେମାନଙ୍କ ପିଲାମାନଙ୍କ ଉପରେ ଅନଲାଇନ୍ ଶିକ୍ଷାର ଦୀର୍ଘମିଆଦୀ ମାନସିକ ପ୍ରଭାବକୁ ନେଇ ଚିନ୍ତିତ ଥିଲେ । ଛାତ୍ର ଛାତ୍ରୀ ମାନେ ଦିନକୁ ହାରାହାରି ତିନି ଘଣ୍ଟା ଅନଲାଇନ୍ କ୍ଲାସ୍ କରନ୍ତି।

ସେଣ୍ଟର ଫର ଇନୋଭେସନ୍ ଆଣ୍ଡ ଏଣ୍ଟରପ୍ରାଇଜର୍ସିପ୍, ଆଇଏସବିର ଏକାଡେମିକ୍ ନିର୍ଦ୍ଦେଶକ -ଏସ୍ ଅରୁଣାଚଳମ୍ କୁହନ୍ତି, “ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଅଧ୍ୟାପକ ଏବଂ ଶିକ୍ଷକମାନଙ୍କର କ୍ଷମତା ଯଥେଷ୍ଟ ହ୍ରାସ ପାଇଛି । ଏହାର କୁ ପ୍ରଭାବ ଉଭୟ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉପରେ ସାମାଜିକ-ମାନସିକ ପ୍ରଭାବ ପଡ଼ିଛି। “ଉଭୟ ଶିକ୍ଷକ ଏବଂ ଛାତ୍ରମାନଙ୍କ ପାଇଁ କନେକ୍ଟିଭିଟି ଏକ ବଡ଼ ସମସ୍ୟା। ୬୦ ପ୍ରତିଶତ ଛାତ୍ରଛାତ୍ରୀ କହିଛନ୍ତି ଯେ ଇଣ୍ଟରନେଟ୍ କନେକ୍ଟିଭିଟି ସମସ୍ୟା ହେତୁ ସେମାନଙ୍କ ପାଠପଢା ପ୍ରଭାବିତ ହୋଇଛି।

ଶିକ୍ଷିତ ଓ ଆର୍ଥିକ ଦୃଷ୍ଟିରୁ ମଜବୁତ ଥିବା ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ ଡିଜିଟାଲ ଡିଭାଇସ ଦେଉଥିବା ବେଳେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଅଭିଭାବକ ସେମାନଙ୍କ ପିଲାଙ୍କୁ ପଢିବା ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଇ ପାରନ୍ତି ନାହିଁ। ଅତଏବ, ଅନଲାଇନ୍ ଶିକ୍ଷା କ୍ଷେତ୍ରରେ ଲାକୁନା ଦେଖାଯାଉଥିବାରୁ ଏକ ହାଇବ୍ରିଡ୍ ମଡେଲ୍ ଯାହା ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ଫିଡବ୍ୟାକ୍ ଇନ୍ସାଇଟ୍ସ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏସ୍ ଚନ୍ଦ୍ରାମୌଲି କହିଛନ୍ତି, “ଅନଲାଇନ୍ ଶିକ୍ଷାକୁ ମୋବାଇଲ୍ ମାଧ୍ୟମରେ ଆପଣେଇଵା ଏକ ଆଶୀର୍ବାଦ ସାଙ୍ଗକୁ ଏକ ଅଭିଶାପ । ଶିକ୍ଷା କ୍ଷେତ୍ରରେ ଏହା ଏକ ସୁସ୍ଥ ବିକଳ୍ପ ନୁହେଁ। ଶିକ୍ଷା ମନ୍ତ୍ରଣାଳୟ, ଶିକ୍ଷାବିତ୍ ମାନଙ୍କୁ ଏ ବାବଦରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Related Posts