ଏଥର ଏନଣ୍ଡିଏ ଆସିଲେ ଆଗାମୀ ୫ ବର୍ଷରେ ଲାଗୁ ହେବ “ୱାନ ନେଶନ ୱାନ ଇଲେକ୍ସନ”: ରାଜନାଥ

ଭୁବନେଶ୍ୱର,୦୬/୫(ସତ୍ୟପାଠ ବ୍ୟୁରୋ):    ଏନଡିଏ ପୁଣି ଥରେ ସରକାର ଗଢ଼ିଲେ ଆଗାମୀ ୫ ବର୍ଷ ମଧ୍ୟରେ ଲଗୁହେବ ୱାନ ନେସନ୍ ୱାନ ଇଲେକ୍ସନ ନୀତି କାର୍ଯ୍ୟକାରୀ ହେବ। ଆନ୍ଧ୍ରପ୍ରଦେଶର ତିରୁପତିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଦଳୀୟ ପ୍ରଚାର ସଭାରେ ଯୋଗଦେବା ଅବସରରେ ଏହା ଘୋଷଣା କରିଛନ୍ତି।

ରାଜନାଥ କହିଥିଲେ, ଆନ୍ଧ୍ରପ୍ରଦେଶରେ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଏକ ସମୟରେ ହେଉଛି। ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ନେଇ ଦେଇଥିବା ପ୍ରତିଶ୍ରୁତିକୁ ଆମେ‌ ସାରା ଦେଶରେ ଆଗାମୀ ୫ବର୍ଷ ମଧ୍ୟରେ ପାଳନ କରିବୁ। ଏହା ଦ୍ବାରା ବହୁ ସମୟ ଏବଂ ଶକ୍ତି ସଞ୍ଚୟ ହେବ। ଏହି ଅବସରରେ ସେ ଅଭିଯୋଗ କରିଥିଲେ ଯେ, ୱାଇଏସଆର କଂଗ୍ରେସ ପାର୍ଟି ଆନ୍ଧ୍ରପ୍ରଦେଶକୁ ଋଣଭାରରେ ବୁଡ଼ାଇ ସାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣ ଭାରତ ୧୩.୫ ଲକ୍ଷ କୋଟିରେ ପହଞ୍ଚିଛି। ସରକାରରେ ଦୁର୍ନୀତି ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦୁର୍ନୀତି ହଟାଇବା ପାଇଁ ବିଜେପି ଆନ୍ଧ୍ରପ୍ରଦେଶରେ ଟିଡିପି ଏବଂ ଜନ ସେନା ସହିତ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇଛି ବୋଲି ରାଜନାଥ କହିଥିଲେ।

Related Posts