ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱର ୧୦୦ଟି ଉତ୍ତପ୍ତ ସହର ମଧ୍ୟରୁ ୯୭ଟି ସହର ଭାରତରେ । ତେବେ ଏକ୍ୟୁଆଇ.ଇନ୍ ଅନୁଯାୟୀ, ଅପରାହ୍ଣ ୨ଟା ୫୦ ସୁଦ୍ଧା ବିଶ୍ୱର ସବୁଠୁ ଉତ୍ତପ୍ତ ୧୦୦ ସହର ତାଲିକାରେ ଭାରତର ୯୭ଟି ସହର ଥିବା ବେଳେ ଓଡିଶାର ବଲାଙ୍ଗୀର ୪୮ ଡିଗ୍ରି ସେଲସିୟସ୍ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି। ବିହାରର ସସାରାମ ସହରର ତାପମାତ୍ରା ମଧ୍ୟ ୪୮ ଡିଗ୍ରି ରହିଛି। ତା’ ପଛକୁ ଉତ୍ତରପ୍ରଦେଶର ବାରାଣସୀରେ ୪୭ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି। ଅନେକ ସହରରେ ଆର୍ଦ୍ରତା ସ୍ତର ୬ରୁ ୮ ପ୍ରତିଶତ ମଧ୍ୟରେ ରହିଥିଲା, ଯାହା ଅବସ୍ଥାକୁ ଅଧିକ ଖରାପ କରିଥିଲା।ଶୀର୍ଷ ୧୦୦ ତାଲିକାରେ କେବଳ ତିନୋଟି ସହର ହେଉଛି ନେପାଳର। ୨୩ତମ ସ୍ଥାନରେ ଥିବା ଧଙ୍ଗାଧି, ୩୪ତମ ସ୍ଥାନରେ ଥିବା ନେପାଳଗଞ୍ଜ ଓ ୭୬ତମ ସ୍ଥାନରେ ଥିବା ଲୁମ୍ବିନୀ ସାଂସ୍କୃତିକରେ ତାପମାତ୍ରା ୪୫ ଡିଗ୍ରିରୁ ୪୬ ଡିଗ୍ରି ସେଲସିୟସ ମଧ୍ୟରେ ରହିଥିଲା।

ଏହି ତିନୋଟି ନେପାଳୀ ସହର ବ୍ୟତୀତ ତାଲିକାରେ ଥିବା ଅନ୍ୟ ସମସ୍ତ ସ୍ଥାନ ଭାରତରେ ଥିଲା।ଶୀର୍ଷ ୧୦୦ ତାଲିକାରେ ଥିବା ଅନ୍ୟ ସହରଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର ମୁଜାଫରନଗର ୪୬ ଡିଗ୍ରି ସେଲସିୟସ୍ ସହ ୨୬ତମ ସ୍ଥାନରେ ଥିବା ବେଳେ ଉତ୍ତରପ୍ରଦେଶର ଅଯୋଧ୍ୟା ୪୬ ଡିଗ୍ରି ସହ ୩୨ତମ ସ୍ଥାନରେ ରହିଛି।

ପଞ୍ଜାବର ପଟିଆଲାର ୪୬ ଡିଗ୍ରି ସେଲସିୟସ ସହ ୪୨ତମ ସ୍ଥାନରେ, ତେଲେଙ୍ଗାନାର ୱାରାଙ୍ଗଲରେ ୪୬ ଡିଗ୍ରି ସେଲସିୟସ ସହ ୫୫ତମ ଓ ଉତ୍ତରାଖଣ୍ଡର ହରିଦ୍ୱାର ୪୬ ଡିଗ୍ରି ସେଲସିୟସ ସହ ୫୬ତମ ସ୍ଥାନରେ ରହିଛି। ରାଜସ୍ଥାନର ଶ୍ରୀଗଙ୍ଗାନଗର ୪୫ ଡିଗ୍ରି ସେଲସିୟସ ସହ ୬୨ତମ, ମଧ୍ୟପ୍ରଦେଶର ଗ୍ୱାଲିୟର ୪୫ ଡିଗ୍ରି ସହ ୬୪ତମ, ଝାଡଖଣ୍ଡର ଧାନବାଦ ୪୫ ଡିଗ୍ରି ସହ ୭୧ତମ, ଚଣ୍ଡୀଗଡ଼ ୪୫ ଡିଗ୍ରି ସହ ୭୭ତମ, ଉତ୍ତରପ୍ରଦେଶର ଆଗ୍ରା ୪୪ ଡିଗ୍ରି ସହ ୯୦ତମ, ଭରତପୁର, ରାଜସ୍ଥାନ ୯୭ତମ ଏବଂ ମଧ୍ୟପ୍ରଦେଶର ସିଙ୍ଗରୌଲି ୪୪ ଡିଗ୍ରି ସହ ୧୦୦ତମ ସ୍ଥାନରେ ରହିଛି।