ପାଣ୍ଡିଆନଙ୍କ ଜଳେଶ୍ଵର ଗସ୍ତ ସମୟରେ ବିଶାଳ ମାନବ ଶୃଙ୍ଖଳ କରି କଂଗ୍ରେସର ଜୋରଦାର ବିରୋଧ

ଭୁବନେଶ୍ୱର, ୨୩/୦୬ (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ଦାୟିତ୍ୱରେ ଥିବା ଶ୍ରୀ ଭି କେ ପାଣ୍ଡିଆନ ଙ୍କ ଜଳେଶ୍ଵର ଗସ୍ତ ସମୟରେ ତାଙ୍କୁ ଜୋରଦାର ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ l କଂଗ୍ରେସର ପ୍ରବକ୍ତା ତଥା ଜଳେଶ୍ଵର ନେତା ଶ୍ରୀ ସୁଦର୍ଶନ ଦାସ ଙ୍କ ନେତୃତ୍ଵରେ ଶତାଧିକ ଲୋକ ଏକ ବିଶାଳ ବ୍ୟାନର ତଥା ପ୍ଲାକାର୍ଡ ଓ ଦଳୀୟ ପତାକା ଧରି ଜଳେଶ୍ଵର ଷ୍ଟେସନ ବଜାର ଠାରୁ ବଡ଼ ବଜାର ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ ଆୟୋଜିତ ହୋଇଥିଲା l

ମାନବ ଶୃଙ୍ଖଳ ମାଧ୍ୟମରେ ଭି କେ ପlଣ୍ଡିଆନ ଙ୍କୁ କଂଗ୍ରେସ ତରଫରୁ ୧୪ଟି ପ୍ରଶ୍ନ କରାଯାଇଥିଲା l ସେ କେଉଁ ବୈଧାନିକ କ୍ଷମତାରେ ଜଳେଶ୍ଵର ଆସୁଛନ୍ତି ?, ସେ ମନ୍ତ୍ରୀ ଙ୍କ ଉପରେ ନା ମନ୍ତ୍ରୀଙ୍କ ତଳେ ? ଭଳି କିଛି ପ୍ରଶ୍ନ ଲେଖାଥିବା ପ୍ଲାକାର୍ଡ ଧରି କଂଗ୍ରେସ କର୍ମୀମାନେ ଜୋରଦାର ପ୍ରଦର୍ଶନ କରିଥିଲେ l ଏହା ସହିତ ଜଳେଶ୍ଵର ପଞ୍ଚାୟତ ସମିତି ଓ ମ୍ୟୁନିସିପାଲଟି ରେ ବିଭିନ୍ନ ଦୁର୍ନୀତି କୁ ନେଇ ମଧ୍ୟ ପ୍ରଶ୍ନ ପଚାରିଛି କଂଗ୍ରେସ l

ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡ଼ା, ଟାଉନ କଂଗ୍ରେସ ସଭାପତି ଗିରିଜା ଶଙ୍କର ଦାସ, ଚାଷୀ ନେତା ସୁଦାମ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ ଗିରି, ସୁଧାଂଶୁ ଜେନା, ପଦ୍ମ ଲୋଚନ ବେହେରା, ଗୋପାଳକୃଷ୍ଣ ଜେନା, ସୁଶାନ୍ତ ସେଠି, ଦେବ ଦୁଲାଲ ଦାସ, ତାରକ୍ ଚାନ୍ଦ, ସୌଭିକ ଜେନା, ଗୌରାଙ୍ଗ ମହାପାତ୍ର, ଖଗେନ୍ଦ୍ର ସାମଲ, ସପନ ଜେନା, ବିନୟ ଜେନା, ନାରୀ ନେତ୍ରୀ ରାଧାରାଣୀ ପାତ୍ର, ଅଞ୍ଜଳି ପ୍ରଧାନ, ରବୀନ୍ଦ୍ର ଭଞ୍ଜ ପ୍ରମୁଖ ଏହି କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ l

ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ସଭାରେ ବକ୍ତବ୍ୟ ଦେଇ ଜିଲ୍ଲା ସଭାପତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବାଲେଶ୍ଵରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଅବସ୍ଥା, ବେକାରୀ , ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ନିଶା ର ପ୍ରlବଲ୍ୟ ଇତ୍ୟାଦି ୫ ଟି ପ୍ରଶ୍ନ ଉପରେ ତାଙ୍କର ମତାମତ ଚାହିଁ ଥିଲେ l ସୁଦର୍ଶନ ଦାସଙ୍କୁ ନଜର ବନ୍ଦୀରେ ରଖିବାକୁ ଅଗଣତାନ୍ତ୍ରିକ ବୋଲି କହି ସେ ପୋଲିସ ଉପରେ ବର୍ଷିଥିଲେ l

ଏହି ଅବସରରେ ସୁଦର୍ଶନ ଦାସ ବକ୍ତବ୍ୟ ରଖି କହିଥିଲେ ଯେ, ଯଦି ଶ୍ରୀ ପlଣ୍ଡିଆନ ୫ଟି ଦାୟିତ୍ୱରେ ଅଛନ୍ତି, ତେବେ ଜଳେଶ୍ଵର ପଞ୍ଚାୟତ ସମିତି ଓ ମ୍ୟୁନିସିପାଲଟି ରେ ବ୍ୟାପକ ଦୁର୍ନୀତି ବିଷୟରେ ଜାଣନ୍ତି କି? ଚମlର ଗାଁ ପଞ୍ଚାୟତ ରେ ମିଶନ ଶକ୍ତି ର ଗାଈ କିଣାରେ ଦୁର୍ନୀତି ବିଷୟରେ ଅବଗତ ଅଛନ୍ତି କି,? ରାଇବଣିଆ ଗଡ ସୁରକ୍ଷା, ରୁର୍ବlନ୍ ଯୋଜନା, କଲମା ପଞ୍ଚାୟତ ରେ ୩୫ ଲକ୍ଷ ଟଙ୍କା ର ଆତ୍ମସାତ ଇତ୍ୟାଦି ଦୁର୍ନୀତି ଗୁଡ଼ିକୁ ସଚିବ ଜାଣନ୍ତି କି ? ବୋଲି ପ୍ରଶ୍ନ କରିଥିଲେ |

ସେପଟେ ସୁଦର୍ଶନ ଦାସଙ୍କୁ ଗତକାଲି ପୋଲିସ ନଜରବନ୍ଦୀ କରି ରଖିବା ଘଟଣାକୁ ସ୍ଥାନୀୟ ଅଂଚଳରେ ନିନ୍ଦା କରାଯାଇଥିବା ବେଳେ ଆଜି କଂଗ୍ରେସର ଏହି କାର୍ଯ୍ୟକ୍ରମ ଜଳେଶ୍ଵରରେ ଚର୍ଚ୍ଚାର ବିଷୟ ପାଲଟିଛିl

Related Posts