ରତ୍ନଭଣ୍ଡାର ଖୋଲିବା ତାରିଖ ତୁରନ୍ତ ଘୋଷଣା କରନ୍ତୁ ସରକାର: ବିଜୟ ମହାପାତ୍ର

ରତ୍ନଭଣ୍ଡାର ଖୋଲିବା ନେଇ ଏବେ ରାଜନୀତି ଜୋର ଧରିଛି । ରତ୍ନଭଣ୍ଡାକ କାହିଁକି ଖୋଲାଯାଉନି ବୋଲି ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ମନ୍ତବ୍ୟକୁ ନେଇ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୟ | ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରେସମିଟ୍ କରି ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଚାବି ହଜିବା ନେଇ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ଆଶ୍ଚର୍ଯ୍ୟ କରୁଛି | ରାଜ୍ୟ ସରକାର ରତ୍ନଭଣ୍ଡାରର ମାର୍ଫତଦାର, ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି ନୁହେଁ । ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ସମ୍ପତ୍ତି ଅଛି। ତେଣୁ ରତ୍ନଭଣ୍ଡାର ଖୋଲିବାରେ ଅସୁବିଧା କେଉଁଠି ରହୁଛି? ଏବେକାର ମୁଖ୍ୟ ଶାସନ ସଚିବ ସେତେବେଳେ ମନ୍ଦିର ପ୍ରଶାସକ ଥିଲେ ସେତେବେଳେ ସେ କହିଥିଲେ ଚାବି ମିଳିଲାନି, ପରେ କଲେକ୍ଟର କହିଲେ ନକଲି ଚାବି ମିଳିଲା ହେଲେ ଏବେ ମନ୍ତ୍ରୀଙ୍କ ବିବବୃତି ଆଶ୍ଚର୍ଯ୍ୟଜନକ କଥା । ଚାବି ହଜିବା ଘଟଣା ଆଉ ଏଏସଆଇ ମରାମତି ଲାଗି ଲେଖିବା ପରେ ବି ସରକାର କାହିଁକି କିଛି ଶୁଣୁ ନାହାନ୍ତି ? ରାଜ୍ୟ ସରକାର ରତ୍ନଭଣ୍ଡାରର କେବଳ ମାରଫର୍ଦର… । ମାଲିକ ନୁହଁନ୍ତି ।

୧୯୨୬, ୧୯୭୮ରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ହୋଇଛି | ୨୦୨୧ରେ ୩ କୋଟିର ସୁନା ଅଳଙ୍କାର ଜଣେ ଭକ୍ତ ଦାନ କରିଛନ୍ତି | ସେ ଅଳଙ୍କାର କେଉଁ କାମରେ ଲାଗୁଛି ତାହା ଜାଣିବା ଲୋକଙ୍କ ଅଧିକାର | ଏବେ ଆସୁଥିବା ଦାନ ସୁନା ଅଳଙ୍କାର କୋଉଠି ଅଛି ? ଆଗରୁ ଆସିଥିବା ଅଳଙ୍କାର କେଉଁଠି ଅଛି ? ଏହାର ଗଣନା ଶୀଘ୍ର ହେବା ଦରକାର । କାଳ ବିଳମ୍ବ ନକରି ସରକାର ଏକ କମିଟି ଗଠନ ଶୀଘ୍ର ଏହାର ଗଣନା କରନ୍ତୁ । ଆହୁରି ଅଧିକ ସନ୍ଦେହ ସୃଷ୍ଟି ନକରନ୍ତୁ । ଯେତିକି ବିଳମ୍ବ ହେବ ପରିସ୍ଥିତି ସେତିକି ଜଟିଳ ହେବ । ତେଣୁ ସରକାର ଏନେଇ ଶୀଘ୍ର ତାରିଖ ଘୋଷଣା କରି ଲୋକଙ୍କ ସନ୍ଦେହ ଦୂର କରନ୍ତୁ ବୋଲି ବିଜୟ କହିଛନ୍ତି |

Related Posts