ସମୀର ମହାନ୍ତିଙ୍କୁ ନୂଆ ଦାୟିତ୍ୱ: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ପାଇଲେ ସ୍ଥାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ବିଜେପିର ପୁର୍ବତନ ସଭାପତି ସମୀର ମହାନ୍ତିଙ୍କୁ ନୂଆ ଦାୟିତ୍ୱ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ପାଇଲେ ସମୀର। ସମୀର ମହାନ୍ତିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ସୂଚନାଯୋଗ୍ୟ ଯେ, ୨୦୨୦ ଜାନୁଆରୀ ୧୭ରୁ ୨୦୨୩ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ସଭାପତି ଥିଲେ ସମୀର ମହାନ୍ତି। ଏହାପରେ ଗତ ମାର୍ଚ୍ଚ ମାସରେ ତାଙ୍କ ସ୍ଥାନରେ ମନମୋହନ ସାମଲଙ୍କୁ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଥିଲା।

Related Posts