ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ | ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ତାଲିକା ପ୍ରକାଶ ପାଇଥିବା ବେଳେ ଇନଟିଗ୍ରେଟେଡ଼ ବିଏଡ଼ ଥିବା କଲେଜରେ କଟଅଫ ଆଗରେ ରହିଛି | ଉଭୟ କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସା ଭଳି ନାଁ କରା କଲେଜକୁ ଅନ୍ୟ କଲେଜ ଟପି ଯାଇଛି |
ବିଜ୍ଞାନରେ ପୁରୀ ଏସସିଏସ କଲେଜର କଟ ଅଫ ଆଗରେ ରହିଛି | ସେହିପରି କଳାରେ ବାଲେଶ୍ୱରର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟ ବାରିପଦା ଆଗରେ ରହିଛନ୍ତି | ପୁରୀ ଏସସିଏସରେ ରସାୟନ ବିଜ୍ଞାନରେ ୯୪.୫୦ ପ୍ରତିଶତ, ଗଣିତରେ ୯୪ ପ୍ରତିଶତ, ଉଦ୍ଭିଦ ବିଜ୍ଞାନରେ ୯୫.୬୦ ପ୍ରତିଶତ, ଏମପିସି ବାରିପଦାରେ ଜୀବ ବିଜ୍ଞାନରେ ୯୪.୮୩ ପ୍ରତିଶତ କଟ-ଅଫ୍ ରହିଛି | ସେହିପରି ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ କଟ୍ଅଫ୍ ୯୧.୮୩ ପ୍ରତିଶତ ରହିଛି |





