ଘଡଘଡିରେ ଖସିଲା ରାମେଶ୍ବର ମନ୍ଦିର ଦଧିନଉତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ଲାଗିରହିଥିବା ବେଳେ ଭୁବନେଶ୍ୱରରେ ଏକ ଅଘଟଣ ଘଟି ଯାଇଛି । ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ୬୦ଫୁଟ୍ ତଳକୁ ଖସିପଡ଼ିଛି ମନ୍ଦିର ଦଧିନଉତି । ମାଉସୀ ମା ମନ୍ଦିର ପରିସରରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଖସି ପଡିଥିବା ସୂଚନା ମିଳିଛି।

ତେବେ ଏହି ଅଘଟଣ ଘଟିବା ସମୟରେ ମନ୍ଦିରରେ ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଭକ୍ତମାନେ ଉପସ୍ଥିତ ଥିଲେ । ହେଲେ ସୌଭାଗ୍ୟ ବସତଃ କାହାର କୌଣସି କ୍ଷତି ହୋଇନାହିଁ। ତେବେ ମନ୍ଦିରରେ କୌଣସି ଫାଟ ଥାଇପାରେ ବୋଲି ଅନୁମାନ କରାଯାଉଥିବା କହିଛନ୍ତି ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଅଫିସର ।

Related Posts