ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ନିକଟ NH-୧୬ରେ ଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ବ୍ରିଜ୍ ଦବିଯିବା ଯୋଗୁ ଚେନ୍ନାଇ-କୋଲକତା ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଲାଇନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ବ୍ରିଜ୍ ଭୁଶୁଡ଼ି ସମୟରେ ସୌଭାଗ୍ୟବଶତଃ କେହି ଯାତାୟତ କରୁ ନଥିଲେ।ଯାହାଫଳରେ କାହାର କିଛି କ୍ଷତି ହୋଇ ନାହିଁ। ବ୍ରିଜ୍ ଭୁଶୁଡ଼ିବା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା।ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ଟ୍ରାଫିକ୍ ବ୍ୟବସ୍ଥାକୁ ସ୍ୱାଭାବିକ କରିଥିଲା। ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଅଟକିଥିବା ଗାଡ଼ି ଗୁଡ଼ିକୁ ଡାଇଭର୍ସନ କରାଯାଇଥିଲା। ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ତେବେ ବ୍ରିଜ୍ଟି କେତେ ପୁରଣା, କେଉଁ କାରଣରୁ ସ୍ପାନ୍ ଦବିଛି ସେନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।





