ବିରୋଧୀଙ୍କ ବୈଠକକୁ ମୋଦିଙ୍କ ଟାର୍ଗେଟ: କହିଲେ, ‘ଚାଲିଛି କଟ୍ଟର ଭ୍ରଷ୍ଟାଚାର ସମ୍ମିଳନୀ’

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୋର୍ଟ ବ୍ଲେୟାରରେ ଉଦଘାଟିତ ହେଲା ବୀର ସାବରକର ଇଣ୍ଟର ନ୍ୟାସନାଲ ଏୟାରପୋର୍ଟର ନୂଆ ଟର୍ମିନାଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ମାଧ୍ୟମରେ ଏହାକୁ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରଆଦିତ୍ୟ ସିନ୍ଧିଆ ସାମିଲ ହୋଇଥିଲେ । ଏହି ଉଦଘାନ ସମାରୋହରେ ପିଏମ୍ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ସହିତ ବିଜେପି ବିରୋଧରେ ବେଙ୍ଗାଲୁରୁରେ ଏକଜୁଟ ହୋଇଥିବା ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ଦେଶ ଭିତରେ ଜାତିବାଦର ବିଷ ବିକ୍ରି ହେଉଛି । ଏମାନେ ବେଙ୍ଗାଳୁରୁରେ ଏକାଠି ହୋଇ ଏହି କାର୍ଯ୍ୟ କରୁଛନ୍ତି ବୋଲି ମୋଦି କହିଛନ୍ତି।

ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ବୈଠକକୁ ଟାର୍ଗେଟ୍ କରି ଆହୁରି କହିଛନ୍ତି ଯେ, ପରିବାଦର କଟ୍ଟର ସମର୍ଥକମାନେ ଏକତ୍ରୀତ ହୋଇଛନ୍ତି । ଏହା କଟ୍ଟର ଭ୍ରଷ୍ଟାଚାର ସମ୍ମିଳନୀ । ଏମାନେ ପରିବାର ପାଇଁ ଭ୍ରଷ୍ଟାଚାରକୁ ବଢାଇବାରେ ଲାଗିପଡ଼ିଛନ୍ତି । କିଛି ବିରୋଧୀ ନେତା ଏହାର ଦୋକାନ ମଧ୍ୟ ଖୋଲିଛନ୍ତି । ଏହା ସହିତ ପିଏମ୍ କହିଛନ୍ତି, ପୂର୍ବ ସରକାର ୯ ବର୍ଷରେ ଆଣ୍ଡାମାନ ନିକୋବରକୁ ୨୩ ହଜାର କୋଟିର ବଜେଟ୍ ଅନୁମୋଦନ କରିଥିଲା । ହେଲେ ବିଜେପି ସରକାର ସମୟରେ ଆଣ୍ଡାମାନ ନିକୋବରର ବିକାଶ ପାଇଁ ୪୮ ହଜାର କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଯାଇଛି ।

ସେହିପରି ପୂର୍ବ ସରକାର ଅଣ୍ଡାମାନ ନିକୋବରରେ ମାତ୍ର ୨୮ ହଜାର ଘରକୁ ପାନୀୟ ଜଳ ସଂଯୋଗ କରିଥିଲା । ହେଲେ ବିଜେପି ସରକାର ଏଥିରେ ଆଗରେ ରହିଛି । ଗତ କିଛି ବର୍ଷରେ ୫୦ ହଜାର ଘରକୁ ପାନୀୟ ଜଳ ସଂଯୋଗ କରାଯାଇଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ ଇତିହାସକୁ ଦୋହରାଇଛନ୍ତି । ଲାଲାକିଲାରେ ତ୍ରିରଙ୍ଗା ଉଡ଼ିବା ପୂର୍ବରୁ ଆଣ୍ଡାମାନ ନିକୋବରରେ ପ୍ରଥମେ ତ୍ରିରଙ୍ଗା ପତାକା ଉଡ଼ାଯାଇଥିଲା । ଆମେ ଦ୍ବୀପ ନାଁ ପରିବର୍ତ୍ତନ କରି ଗୋଲାମୀର ଢଞ୍ଚାକୁ ବଦଳାଇଛୁ । ଲୋକତନ୍ତ୍ର, ଲୋକଙ୍କର, ଲୋକମାନଙ୍କ ଦ୍ବାରା ଏବଂ ଲୋକଙ୍କ ପାଇଁ। ହେଲେ ପରିବାରବାଦ ରାଜନୀତି ପରିବାରର, ପରିବାର ଦ୍ବାରା ଓ ପରିବାର ପାଇଁ । ପ୍ରଥମେ ପରିବାର ଓ ପରେ ରାଷ୍ଟ୍ରବାଦ ବୋଲି
ଏହି ଅବସରରେ ମୋଦି ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ।

Related Posts