ଅର୍ଚ୍ଚନା ନାଗର ସହଯୋଗୀ ଶ୍ରଦ୍ଧାଞ୍ଜଳିକୁ ହାଇକୋର୍ଟରୁ ଝଟକା; ଓକିଲ ଜରିଆରେ ନୁହଁ, ନିଜେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟର ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ପ୍ରମୁଖ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଅଡ଼ୁଆ ବଢ଼ିଲା। ଓକିଲ ଜରିଆରେ ହାଜର ହେବା ପାଇଁ ଶ୍ରଦ୍ଧାଞ୍ଜଳି କରିଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ ।

ତେବେ ଏହି ବ୍ଲାକମେମିଂ ମାମଲାରେ ସିବିଆଇ କୋର୍ଟଙ୍କ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନଥିଲେ ଶ୍ରଦ୍ଧାଞ୍ଜଳି । ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ସିବିଆଇ କୋର୍ଟ ଏନ୍‌ବିଡବ୍ଲ୍ୟୁ ମଧ୍ୟ ଜାରି କରିଥିଲେ। ଓକିଲ ଜରିଆରେ ହାଜର ପାଇଁ କୋର୍ଟରେ ଅପିଳ୍‌ କରିଥିଲେ ଶ୍ରଦ୍ଧାଞ୍ଜଳି। ହେଲେ ତଳ କୋର୍ଟରେ ଏହି ଆବେଦନ ଖାରଜ ହୋଇଯିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ | ଆଉ ଏବେ ହାଇକୋର୍ଟ ମଧ୍ୟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ତେଣୁ ଏବେ ସିବିଆଇ କୋର୍ଟରେ ଶ୍ରଦ୍ଧାଞ୍ଜଳି ହାଜର ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

Related Posts